Indus Valley Times

କଟକରେ ରୋଡ୍ ସୋ’ କରୁଛନ୍ତି ଶାହ, ଶୋଭାଯାତ୍ରା ପାଇଁ କର୍ମୀଙ୍କ ସହିତ ବିଜେପି ପ୍ରଶଂସକ ଉତ୍ସାହିତ

 Breaking News

କଟକରେ ରୋଡ୍ ସୋ’ କରୁଛନ୍ତି ଶାହ, ଶୋଭାଯାତ୍ରା ପାଇଁ କର୍ମୀଙ୍କ ସହିତ ବିଜେପି ପ୍ରଶଂସକ ଉତ୍ସାହିତ

କଟକରେ ରୋଡ୍ ସୋ’ କରୁଛନ୍ତି ଶାହ, ଶୋଭାଯାତ୍ରା ପାଇଁ କର୍ମୀଙ୍କ ସହିତ ବିଜେପି ପ୍ରଶଂସକ ଉତ୍ସାହିତ
May 15
18:36 2024

କଟକ ,୧୫/୫: ସିଲ୍ଭର ସିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହ ବିଶାଳ ରୋଡ୍ ଶୋ’ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଭୋଟ୍ ଭିକ୍ଷା କରୁଛନ୍ତି। ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍ ହୋଇଛନ୍ତି।
ସୋରଡ଼ା ସଭା ସାରିବା ପରେ ଅପରାହ୍ନରେ କଟକ ଟାଉନ୍ରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମିତ ଶାହ ଗୋପବନ୍ଧୁ ପାର୍କକୁ ଯାଇଥିଲେ। ସେଠାରୁ ଆରମ୍ଭ ହୋଇଛି ବିଜେପିର ବିରାଟ ରୋଡ୍ ଶୋ’। ଏହି ରୋଡ୍ ଶୋ’ରେ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରାର୍ଥୀମାନେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି।
ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାର ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହାତ ହଲାଇ ଶାହ ଗ୍ରହଣ କରିଥିଲେ। ଶାହଙ୍କ ରୋଡ୍ ଶୋ’ ଗୋପବନ୍ଧୁ ପାର୍କକୁ ବାହାରି ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଗୌରୀଶଙ୍କର ପାର୍କ, ନୟାସଡକ ଦେଇ ବାଲୁବଜାର ପର‌୍ୟ୍ୟନ୍ତ ଯିବ। ସେଠାରୁ ଅମିତ ଶାହ ଭୁବନେଶ୍ୱର ଫେରିବାର ରହିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30