Indus Valley Times

ରାଜ୍ୟରେ ପୁଣି ଅସହ୍ୟ ତାତି: ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ୩୧ ଡିଗ୍ରି, ଭବାନୀପାଟଣାରେ ସର୍ବାଧିକ ୩୯ ଡିଗ୍ରି

 Breaking News

ରାଜ୍ୟରେ ପୁଣି ଅସହ୍ୟ ତାତି: ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ୩୧ ଡିଗ୍ରି, ଭବାନୀପାଟଣାରେ ସର୍ବାଧିକ ୩୯ ଡିଗ୍ରି

ରାଜ୍ୟରେ ପୁଣି ଅସହ୍ୟ ତାତି: ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ୩୧ ଡିଗ୍ରି, ଭବାନୀପାଟଣାରେ ସର୍ବାଧିକ ୩୯ ଡିଗ୍ରି
May 30
10:58 2024

ଭୁବନେଶ୍ୱର, ୩୦/୫: ଆଜି ସକାଳୁ ସକାଳୁ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି । ହୀରାକୁଦରେ ୩୬.୪ , ସମ୍ବଲପୁରରେ ୩୬.୨, ରାଉରକେଲାରେ ୩୫.୪, ବରଗଡରେ ୩୫.୪, ସୁନ୍ଦରଗଡରେ ୩୪ ଡିଗ୍ରୀ ଓ ତାଳଚେରରେ ତାଳଚେରରେ ୩୪.୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।
ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ଥିବା ବେଳେ ଆର୍ଦ୍ରତା ୮୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।
ଗତକାଲି ବଲାଙ୍ଗିରରେ ସର୍ବାଧିକ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନିଦିନ ଭିତରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଜନଜୀବନକୁ କଲବଲ କରୁଛି।
ପାଣିପାଗ ବିଭାଗର ଆକଳନ ଅନୁୟାୟୀ ଆଜି କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ଥିବା ସୂଚନା ମିଳିଛି।
କେବଳ ଓଡ଼ିଶା ନୁହେଁ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିଲ୍ଲୀରେ ଗତକାଲି ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ରାଜଧାନୀରେ ଆକାଶ ସାମାନ୍ୟ ମେଘୁଆ ଥିବା ବେଳେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ସଂସ୍ଥା ଆକଳନ କରିଛି । ଆଜି ପାଇଁ ଦିଲ୍ଲୀକୁ ଅରେଂଜ ଆଲର୍ଟ ଜାରି କରାଯାଇଛି ।
ଆଜି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେବା ସହ ଗୁଳୁଗୁଳି ହେବ ଓ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗତକାଲିଠୁ ବୁଲେଟିନ ଜାରି କରି ସାରିଛି। ଆଜି ଦିନ ଅପେକ୍ଷା ରାତିରେ ଗୁଳୁଗୁଳି ଅଥୟ କରିବ। ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିସାରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031