Indus Valley Times

ଭୀଷଣ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡ଼ିଶା, ୪୬.୫ ଟପିଲା ସମ୍ବଲପୁର ତାପମାତ୍ରା

 Breaking News

ଭୀଷଣ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡ଼ିଶା, ୪୬.୫ ଟପିଲା ସମ୍ବଲପୁର ତାପମାତ୍ରା

ଭୀଷଣ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡ଼ିଶା, ୪୬.୫ ଟପିଲା ସମ୍ବଲପୁର ତାପମାତ୍ରା
May 31
18:53 2024

ଭୁବନେଶ୍ବର, ୩୧/୫: ପଶ୍ଚିମ ଓଡ଼ିଶାରେ ଶୁକ୍ରବାର ଅଗ୍ନି ବର୍ଷା ହୋଇଛି। ସର୍ବୋଚ୍ଚ ତାପମାତ୍ରା ପାଇଁ ଅତୀତରେ ରେକର୍ଡ କରିଥିବା ଟିଟିଲାଗଡ଼ରେ ପାରଦ ଆଜି ୪୬.୫ ଡିଗ୍ରିକୁ ଉଠିଛି। ବଲାଙ୍ଗୀରବାସୀଙ୍କୁ ମଧ୍ୟ ଆଜି ପ୍ରବଳ ଖରାରେ ସିଝିବାକୁ ପଡ଼ିଛି।
ଏଠାରେ ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୮ଟି ସହରର ତାପମାତ୍ରା ୪୫ ଡିଗ୍ରି କିମ୍ବା ଏଥିରୁ ଅଧିକ ରହିଛି।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଜି ବି ତାତିରୁ ନିସ୍ତାର ମିଳି ନାହିଁ। ପୂରା ପଶ୍ଚିମ ଓଡ଼ିଶାରେ ଲୋକେ ଛଟପଟ ହୋଇଛନ୍ତି। ସକାଳୁ ୮ଟାରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇଯାଉଛି। ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ଗତକାଲି ଝାରସୁଗୁଡ଼ାରେ ୪୭ଡିଗ୍ରି ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ ତାରିଖରେ ଝାରସୁଗୁଡ଼ାରେ ୪୮ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା।
ଓଡ଼ିଶାରେ ପ୍ରବଳ ଖରା ହେଉଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ମୌସୁମୀ ଆଗୁଆ ଆସି। ଦୁଇ ଦିନ ପୂର୍ବରୁ କେରଳ ଛୁଇଁଛି। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ୧ ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ, ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30