Indus Valley Times

ବାପାଙ୍କୁ ଛୁରୀ ଭୁସି ହତ୍ୟା କଲେ ପ୍ରଫେସର୍ ପୁଅ, ଅଭିଯୁକ୍ତ ଗିରଫ

 Breaking News

ବାପାଙ୍କୁ ଛୁରୀ ଭୁସି ହତ୍ୟା କଲେ ପ୍ରଫେସର୍ ପୁଅ, ଅଭିଯୁକ୍ତ ଗିରଫ

July 03
11:58 2024

ଭୁବନେଶ୍ୱର,୩/୭: ପୁଅଙ୍କ ଛୁରାମାଡରେ ବାପା ମୃତ। ଏଭଳି ଘଟଣା ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଆପାର୍ଟମେଣ୍ଟରେ ଘଟିଥିବା ଅଭିଯୋଗ ହୋଇଛି। ଛୁରିରେ ବୀଭତ୍ସ ଭାବେ ପୁଅ ବାପାଙ୍କୁ ହତ୍ୟା କରିଛନ୍ତି। ହସ୍ପିଟାଲ ନେବା ବାଟରେ ବାପାଙ୍କର ମୃତ୍ୟୁ ଘଟିଛି। କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସ ମୃତଦେହ ଜବତକରି ଛାନଭିନ ଚଳାଇଥିବା ବେଳେ ଅଭିଯୁକ୍ତ ପୁଅଙ୍କୁ ଅଟକ ରଖିଛି।
ମୃତକ ଜଣଙ୍କ ହେଉଛନ୍ତି ସୁନୀଲ ଚୌଧୁରୀ । ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ମଧ୍ୟ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର‌୍ୟ୍ୟରତ ଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930