Indus Valley Times

ଫାଟିଲା ଗ୍ୟାସ ସିଲିଣ୍ଡର, ଭାଙ୍ଗିଲା ଘର: ଗୋଟିଏ ପରିବାରର ୩ ଗୁରୁତର

 Breaking News

ଫାଟିଲା ଗ୍ୟାସ ସିଲିଣ୍ଡର, ଭାଙ୍ଗିଲା ଘର: ଗୋଟିଏ ପରିବାରର ୩ ଗୁରୁତର

ଫାଟିଲା ଗ୍ୟାସ ସିଲିଣ୍ଡର, ଭାଙ୍ଗିଲା ଘର: ଗୋଟିଏ ପରିବାରର ୩ ଗୁରୁତର
July 04
11:38 2024

ନୟାଗଡ଼, ୪/୭: ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର‌୍ୟ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ୱାର୍ଟର୍ସରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫ୍ୟାନ ସର୍ଟ ସର୍କିଟ୍ ହେବା ପରେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଏହା ଫାଟି ଯାଇଥିଲା। ବିସ୍ଫୋରଣ ଯୋଗୁ ଘରର ଛାତ ଉଡ଼ି ଯାଇଥିଲା। ଏହି ଅଘଟଣ ଯୋଗୁ ପତିପତ୍ନୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାତି ୩ଟା ବେଳେ ଏହି ଘଟଣା ଘଟିଛି।
ଘରେ ଭାପୁର ତହସିଲ କାର‌୍ୟ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ, ତାଙ୍କ ସ୍ତ୍ରୀ, ୩ ପିଲା ଓ ମା’ଶୋଇଥିଲେ। ହଠାତ ମା’ ଶୋଇଥିବା ରୁମରେ ଥିବା ଟେବୁଲ ଫ୍ୟାନ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ଚାରିଆଡେ ନିଆଁ ବ୍ୟାପିଥିଲା।
ସମସ୍ତେ ଭୟରେ ଘର ବାହାରକୁ ଚାଲି ଯାଇଥିଲେ। ନିଆଁ ବ୍ୟାପିବାରୁ ଘରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବା ସହ ଘରର ଛାତ ଉଡିଯାଇଥିଲା। ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି।
ସ୍ଥାନୀୟ ଲୋକେ ସେମାନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ କ୍ୱାର୍ଟର୍ସରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031