Indus Valley Times

‘ଓଡ଼ିଆରେ ହେବ ସରକାରୀ କାମ, ଭାଷାର ପ୍ରଚାର ପାଇଁ ଗଠନ ହେବ କମିଶନ’

 Breaking News

‘ଓଡ଼ିଆରେ ହେବ ସରକାରୀ କାମ, ଭାଷାର ପ୍ରଚାର ପାଇଁ ଗଠନ ହେବ କମିଶନ’

‘ଓଡ଼ିଆରେ ହେବ ସରକାରୀ କାମ, ଭାଷାର ପ୍ରଚାର ପାଇଁ ଗଠନ ହେବ କମିଶନ’
July 04
12:18 2024

ଭୁବନେଶ୍ୱର,୪/୭: ଲୋକସେବା ଭବନରେ ବିଧିବଦ୍ଧ ଭାବରେ ଗୁରୁବାର କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ସମୟରେ ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବା ନେଇ ସେ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଓଡ଼ିଆ ଭାଷାରେ ସରକାରୀ କାର‌୍ୟ୍ୟ କରାଯିବ।
ଏଥିସହିତ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏକ କମିଶନ ଗଠନ କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତି ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ।
ପ୍ରତି ଜିଲାର କଳା ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିଭିନ୍ନ ଐତିହ୍ୟ ପୀଠର ବିକାଶ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବେ। ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031