Indus Valley Times

ବଡ଼ଦାଣ୍ଡରେ ତିନି ରଥରେ ବିଜେ ହେଲେ ତିନି ଠାକୁର

 Breaking News

ବଡ଼ଦାଣ୍ଡରେ ତିନି ରଥରେ ବିଜେ ହେଲେ ତିନି ଠାକୁର

ବଡ଼ଦାଣ୍ଡରେ ତିନି ରଥରେ ବିଜେ ହେଲେ ତିନି ଠାକୁର
July 07
18:13 2024

ପୁରୀ, ୭/୭: ଶରଧାବାଲି ଅଭିମୁଖେ ବଡ଼ଠାକୁରଙ୍କ ତାଳଧ୍ବଜ ଗଡ଼ିଛି। ପ୍ରଭୁଙ୍କ ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଟାଣୁଛନ୍ତି। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର ତାଳେତାଳେ ହରିବୋଲ ଓ ହୁଳହୁଳି ଶଦ୍ଦ ଶୁଭୁଛି।
ରଥଟଣା ଯିବା ପୂର୍ବରୁ ତିନି ରଥରେ ବିଜେ ହେଲେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ।
ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଥିଲେ।
ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା’ ସୁଭଦ୍ରା ବିରାଜିତ ହୋଇଥିଲେ। ନନ୍ଦିଘୋଷ ରଥରେ ବିରାଜିଥିଲେ ମହାପ୍ରଭୁ କଳିଆ ସାଆନ୍ତ। ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ପୂର୍ବାହ୍ଣ ଓ ମଧ୍ୟାହ୍ଣରେ ଖରା ସହିତ ଗୁଳୁଗୁଳି ହୋଇଥିବା ବେଳେ ସନ୍ଧ୍ୟାରେ ପାଗ ଭଲି ଥିବାରୁ ଶ୍ରଦ୍ଧାଳୁମାନେ ଆଶ୍ବସ୍ତି ଦେଖାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031