Indus Valley Times

ରାଜଧାନୀରେ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 Breaking News

ରାଜଧାନୀରେ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜଧାନୀରେ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
July 09
10:57 2024

ଭୁବନେଶ୍ବର, ୯/୭: ରାଜଧାନୀରେ ଏକ ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେସିଆଣି ନିକଟ ଶ୍ରୀରାମନଗର ବସ୍ତି ଅଞ୍ଚଳରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ।
ଭଡ଼ା ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ। ମୃତ ଯୁବତୀଙ୍କ ନା କଶିସ୍ ଓ ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ସୂଚନା ମିଳିଛି।
ଭଡ଼ାଟିଆଙ୍କ କହିବା ଅନୁସାରେ, ଉକ୍ତ ଯୁବତୀଙ୍କୁ ଘରୋଇ କେୟାର ଟେକର ଭାବେ ରଖିଥିଲେ। ସୋମବାର ଦିନ ସନ୍ଧ୍ୟା ବେଳେ କୌଣସି କାମରେ ପରିବାର ଲୋକ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣକ ବେକରେ ଦଉଡ଼ି ଦେଇ ଫ୍ୟାନରେ ଝୁଲି ପଡ଼ିଥିଲେ।
ଘର ବାହାର ପଟୁ ତାଲା ପଡ଼ିଥିବା ବେଳେ ଭିତରେ ମୃତଦେହ ଥିବା ଦେଖି ପଡ଼ୋଶୀ ଖବର ଦେଇଥିଲେ। ପୁଲିସକୁ ଖବର ଦେବା ପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930