Indus Valley Times

‘ସରକାର ଅନୁମତି ଦେଲେ ୧୪ରେ ଖୋଲିବ ରତ୍ନ ଭଣ୍ଡାର’

 Breaking News

‘ସରକାର ଅନୁମତି ଦେଲେ ୧୪ରେ ଖୋଲିବ ରତ୍ନ ଭଣ୍ଡାର’

‘ସରକାର ଅନୁମତି ଦେଲେ ୧୪ରେ ଖୋଲିବ ରତ୍ନ ଭଣ୍ଡାର’
July 09
16:08 2024

ପୁରୀ, ୯/୭: ଜୁଲାଇ ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର, ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ସେ ଆହୁରି କହିଛନ୍ତି, ସରକାରଙ୍କୁ ନିଷ୍ପତ୍ତି ନେଇ ଜଣାଇଦିଆଯାଉଛି। ବିବରଣୀ ମ୍ୟାନେଜମେଣ୍ଟ କମିଟିକୁ ଦିଆଯିବ ଏହା ପରେ ମ୍ୟାନେଜମେଣ୍ଟ କମିଟି ସରକାରଙ୍କ ପାଖକୁ ଯିବ।
ସରକାରଙ୍କ ନିର୍ଦେଶ ଆସିଲେ ରତ୍ନଭଣ୍ଡାର ଖୋଲିପାରିବ। ଆଶା କରୁଛି, ସରକାର ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଦେବେ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୨୪ ତାରିଖରେ ରତ୍ନଭଣ୍ଡାର ଖୋଲିବୁ।
ସେ ଆହୁରି କହିଛନ୍ତି, ୧୪ ତାରିଖରେ ଚାବି କମିଟିକୁ ପ୍ରଶାସନ ହସ୍ତାନ୍ତର କରିବ। ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ଲାଗି ନିର୍ଦ୍ଧାରିତ ସ୍ଥାନ ଠିକ୍ କରାଯାଇଛି। ତାପରେ ଗଣତିମଣତି କରାଯିବ।
ଏଥିପାଇଁ ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି ଦେବେ ସରକାର। ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଣୁ ଜଷ୍ଟିସ୍ ବିଶ୍ବନାଥ ରଥ ଭକ୍ତମାନଙ୍କ ସହଯୋଗ ଲୋଡ଼ିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031