Indus Valley Times

ଭିନ୍ନକ୍ଷମ ହିରୋ ସୁନାକୁ ଆବାସ ଘର ସାତ ସପନ।ମାଟି ,ଛପର ଘର ଭାଙ୍ଗି ଯିବାରୁ ଅନ୍ୟ ଘରେ ଆଶ୍ରୟ

 Breaking News

ଭିନ୍ନକ୍ଷମ ହିରୋ ସୁନାକୁ ଆବାସ ଘର ସାତ ସପନ।ମାଟି ,ଛପର ଘର ଭାଙ୍ଗି ଯିବାରୁ ଅନ୍ୟ ଘରେ ଆଶ୍ରୟ

July 11
15:17 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ତା ୧୧/୭: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା )ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁର ବାସିନ୍ଦା ହିରୋ ସୁନା (୩୭ବର୍ଷ ) ଜନ୍ମ ରୁ ସେ ଭିନ୍ନକ୍ଷମ ଅଟନ୍ତି । ଡାହାଣ ଗୋଡ଼ ସରୁ ହୋଇ ବାମ ଗୋଡ଼ ଛୋଟ ଥିବାରୁ ଠିକ ରେ ଚାଲି ପାରନ୍ତି ନାହିଁ କି କୋୖଣସି କାମ ଧନ୍ଦା କରି ପାରନ୍ତି ନାହିଁ ।
୧୦ବର୍ଷ ହେଲା ମା, ବାପା ଙ୍କ ମୃତ୍ୟୁ ହୋଇ ସାରିଛି । ବଡ ଭାଇ ନିଜ ପରିବାର କୁ ନେଇ ଅଲଗା ରହୁଛନ୍ତି । ଭାଗ ପାଇଥିବା ଦୁଇ ବଖରା ମାଟି ଛପର ଘରେ ନିଜେ ରୋଷେଇ କରି ଚଳୁଥିଲେ ଅବିବାହିତ ହିରୋ ସୁନା । ହେଲେ ଅର୍ଥାଭାବ ତଥା ନିଜେ ଅକ୍ଷମ ଥିବାରୁ ଘରକୁ ମରାମତି କରି ପାରିଲେ ନାହିଁ ଫଳରେ ଘର ଭାଙ୍ଗି ରୁଜି ଗଲାଣି । ଏବେ ବର୍ଷେ ହେବ ସମ୍ପର୍କୀୟ ଙ୍କ ଘରେ ଆଶ୍ରୟ ନେଇଛନ୍ତି । ସରକାର ଙ୍କ ଆବାସ ଯୋଜନା ତଥା ଭିନ୍ନକ୍ଷମ କୋଟା ରୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ କୁ ବହୁବାର ଜଣେଇଥିଲେ ବି ଏ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ କଥା ଶୁଣିନାହିଁ ।
ଭିନ୍ନକ୍ଷମ ଭତ୍ତା ବାବଦକୁ ୧୦୦୦ ଟଙ୍କା ଓ ୫କେଜି ରାସନ ଚାଉଳ କୁ ଛାଡିଦେଲେ ଆଉ କୌଣସି ସରକାରୀ ସହାୟତା ପାଇନଥିବା କହିଛନ୍ତି ୫୫%ଭିନ୍ନକ୍ଷମ ହିରୋ ସୁନା ।
ଭିନ୍ନକ୍ଷମ ହିରୋ ସୁନା କୁ ଆବାସ ଘର ସାତ ସପନ।ମାଟି ,ଛପର ଘର ଭାଙ୍ଗି ଯିବାରୁ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି।ଅନିୟମିତତା ଘେରରେ କୁଟାସିଂହା ଗ୍ରାମ ପଞ୍ଚାୟତ। ଗୋଟିଏ ,ଗୋଟିଏ ପରିବାର ରେ ଏକାଧିକ ଘର,ପୁଣି ଷ୍ଟଲ ନିର୍ମାଣ କରି ଛନ୍ତି।
ବହୁ ଅଯୋଗ୍ୟ ହିତାଧିକାରୀ ଏଥିରେ ସାମିଲହୋଇ ଆବାସ ଘର ହାତେଇ ନିଜର ପ୍ରଭାବ ଜାହିର କରିଥିବା ବେଳେ ଅସହାୟ ହିରୋ ସୁନା ଙ୍କୁ ମିଳିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ଉପଯୁକ୍ତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ, କୁଟାସିଂହା କଣ୍ଟା ପାଲି ପଡ଼ା ଗ୍ରାମର ଭୂମିହୀନ,ସୁରଜ୍ ବାଗ ଙ୍କୁ ମଧ୍ୟ ଘର ମିଳିପାରି ନାହିଁ । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31