Indus Valley Times

ଗଜପତି: ନିଆରା ବିଶ୍ୱାସର ପରମ୍ପରା, ହେରାପଞ୍ଚମୀ ଦିନରେ ଜିରାଙ୍ଗ ସ୍ଥିତ ଠାକୁର ବଳଦେବ ଜୀଉଙ୍କ ଠାରେ ବହୁ ଶ୍ରଦ୍ଧାଳୁ ମୁଣ୍ଡନ ହେଲେ

 Breaking News

ଗଜପତି: ନିଆରା ବିଶ୍ୱାସର ପରମ୍ପରା, ହେରାପଞ୍ଚମୀ ଦିନରେ ଜିରାଙ୍ଗ ସ୍ଥିତ ଠାକୁର ବଳଦେବ ଜୀଉଙ୍କ ଠାରେ ବହୁ ଶ୍ରଦ୍ଧାଳୁ ମୁଣ୍ଡନ ହେଲେ

July 11
19:33 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୭: ଗଜପତି ଜିଲ୍ଲାର ଆଦିବାସୀ ବହୁଳ ରାୟଗଡ ବ୍ଲକର ତଥା ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରିର ପାଦଦେଶରେ ଥିବା ଜିରାଙ୍ଗ ଗ୍ରାମ ସ୍ଥିତ ଠାକୁର ବଳଦେବ ଜୀଉଙ୍କ ମନ୍ଦିର ଠାରେ ପବିତ୍ର ରଥଯାତ୍ରାର ହେରାପଞ୍ଚମୀ ଦିନରେ ଆଜି ଅତ୍ୟନ୍ତ ନିଆରା ଢଙ୍ଗରେ ବିଶ୍ବାସ ଓ ପରମ୍ପରା ପ୍ରକାରେ ଏଠାରେ ରଥଯାତ୍ରା ପାଳିତ ହୋଇଯାଇଛି।
ଆଜି ହେରାପଞ୍ଚମୀ ଦିନରେ ଏଠାରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଛୋଟ ପିଲା ଠାରୁ ବଡମାନେ ଆସି ମୁଣ୍ଡନ ତଥା ଲଣ୍ଡା ହେବା ଦେଖା ଯାଇଥିଲା ।
ପୂର୍ବରୁ ଶ୍ରଦ୍ଧାଳୁ ମାନସିକ ଧାରୀ ମାନେ ବଳଦେବ ଜିଉଙ୍କ ଠାରେ ମାନସିକ ରଖି କାର୍ଯ୍ୟସିଦ୍ଧ ହେବାପରେ ପୁଣି ବଳଦେବ ଜୀଉଙ୍କ ଠାରେ ମାନସିକ ରଖିଥିବା ପ୍ରକାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଲଣ୍ଡା ହୋଇଥିଲେ । ଏଥିପାଇଁ ଶ୍ରଦ୍ଧାଳୁ ମାନେ ନିଜ ପୁଅଝିଅ ସହ ପରିବାର\’ର ଅନ୍ୟମାନଙ୍କୁ ଆଣି ଲଣ୍ଡା ହେବାପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡିଥିଲା ।
ଶ୍ରଦ୍ଧାଳୁ ମାନସିକ ଧାରୀ ମାନେ କହିଛନ୍ତି ଯେ , ସେମାନେ ଏଠାରେ ପୂର୍ବରୁ କରିଥିବା ମାନସିକ ପୂରଣ ପୂର୍ବକ ଆମର କାର୍ଯ୍ୟସିଦ୍ଧି ହେଲା , ସେହି ମାନସିକ ପ୍ରକାରେ ପିଲାଙ୍କୁ ଆଣି ଏଠାରେ ଲଣ୍ଡା କରିଛୁ , ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀରେ ପିଲାଙ୍କୁ ସ୍ନାନ କରିଛୁ ଏବଂ ଠାକୁରଙ୍କୁ ଦର୍ଶନ କରାଇ ଘରକୁ ଯିବୁ ବୋଲି କହିଥିଲେ ।
ଏହି ଆଦିବାସୀ ବହୁଳ ଅଞ୍ଚଳର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ପ୍ରଭୁ ବଳଦେବ । ଶତାଧିକ ବର୍ଷର ପରମ୍ପରା ପ୍ରକାରେ ଜଣାଯାଏ ଯେ , ଏ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରଗାଢ ଭାବେ ବିଶ୍ବାସ ରହିଛି ଯେ , ଏଠାରେ ପ୍ରଭୁ ବଳଦେବଙ୍କ ମନ୍ଦିରରେ ବଳଦେବ ଜୀଉଙ୍କୁ ଦର୍ଶନ ଲାଭ କରି ଯାହାମାଗି ମାନସିକ ରଖିଲେ ତାହା ପୂରଣ ହେବାସହ କାର‌୍ୟ୍ୟସିଦ୍ଧି ହୋଇଥାଏ ।
ମାନସିକ ପରମ୍ପରା ପ୍ରକାରେ ମାନସିକ ଧାରୀମାନେ ପବିତ୍ର ରଥଯାତ୍ରାର ହେରାପଞ୍ଚମୀ ଦିନରେ ଏଠାରେ ପହଞ୍ଚି ନିଜର ପୁଅ କି ଝିଅ ନଚେତ ନିଜେ କି ନିଜ ପରିବାରର ଯେ କେହି ଲଣ୍ଡା ହୋଇ ପାର୍ଶ୍ଵରେ ପ୍ରବାହିତ ହେଉଥିବା ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀରେ ବୁଡ଼ ପକାଇ ସ୍ନାନ କରିବା ପରେ ନିଶ୍ଚିତ ଛେନାପଣା ସହ ଫଳମୂଳ ପ୍ରଭୃତି ଭୋଗରାଗ ଧରି ପ୍ରଭୁ ବଳଦେବ\’ଙ୍କ ଠାରେ ଭୋଗଲାଗି କରି ପୂଜାର୍ଚ୍ଚନା କରିଥାନ୍ତି ।
ଏଠାରେ ପ୍ରଭୁ ବଳଦେବଙ୍କ ମନ୍ଦିରର ପୂଜକ ଚିତ୍ରସେନ ଷଡଙ୍ଗୀ ଏ ମନ୍ଦିରର ରହିଥିବା ପରମ୍ପରା ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ , କଳାପାହାଡ଼ ଯେତେବେଳେ ମନ୍ଦିର ଭାଙ୍ଗିଥିଲେ , ସେତେବେଳେ ପୁରୀର ପ୍ରଭୁ ବଳଦେବଙ୍କୁ ଗଜପତି ମହାରାଜା ଏଠାକୁ ଆଣି ରଖିଥିଲେ ।
କାରଣ ଏ ଅଞ୍ଚଳ ସେତେବେଳେ ଘୋର ଜଙ୍ଗଲ ଥିଲା ଏବଂ ଜଙ୍ଗଲ ଭିତରେ ପ୍ରଭୁ ବଳଦେବଙ୍କୁ ଆଣି ଲୁଚାଇ ରଖିଲେ କେହି ଜାଣି ପାରିବେନି ଭାବି ଏଠାରେ ଆଣି ରଖିଥିଲେ । ପ୍ରଭୁ ବଳଦେବଙ୍କୁ ଏଠାରେ ଆଣି ରଖିବା ପ୍ରାୟ ୧୦ ବର୍ଷ ପରେ ଗଜପତି ମହାରାଜା , ପ୍ରଭୁ ବଳଦେବଙ୍କୁ ନିକଟସ୍ଥରେ ଥିବା ବୋମିକା ଗ୍ରାମକୁ ନେଇ ଯାଇଥିଲେ ।
ହେଲେ ଗଜପତି ମହାରାଜାଙ୍କୁ ଏ ଦିଗରେ ରାତିରେ ସ୍ୱପ୍ନ ହେଲା ଯେ , ଜିରାଙ୍ଗ ଗ୍ରାମରେ ହିଁ ମୁଁ ରହିବି ଏବଂ ସେଠାକାର ଗୌଡ଼ ମାନଙ୍କ ଛେନାପଣା ଖାଇ ମୁଁ ଆଗରୁ ରହିଥିଲି ଏବଂ ବର୍ତ୍ତମାନ ମୁଁ ସେଠାରେ ହିଁ ରହିବି ବୋଲି କହିବା ପରେ ଗଜପତି ମହାରାଜା ବଳଦେବ ଜୀଉଙ୍କୁ ଜିରାଙ୍ଗ ଗ୍ରାମରେ ଆଣି ରଖିଥିଲେ ବୋଲି କହିଥିଲେ ।
ଛେନାପଣା ପ୍ରଭୁ ବଳଦେବଙ୍କ ଅତ୍ୟନ୍ତ ପ୍ରିୟ ଖାଦ୍ୟ , ତେଣୁ ଏ ଅଞ୍ଚଳରେ ପ୍ରଭୁ ବଳଦେବଙ୍କୁ ବିଭିନ୍ନ ଦିନରେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଛେନାପଣା ଭୋଗ ଲାଗି କରି ଆସୁଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930