Indus Valley Times

ଶୁଭ ମୁହୂର୍ତ୍ତରେ ଖୋଲିବ ରତ୍ନଭଣ୍ଡାର, ଭିତରକୁ ଯିବେ ୧୧ ସଦସ୍ୟ- ଜଷ୍ଟିସ୍ ବିଶ୍ୱନାଥ ରଥ

 Breaking News

ଶୁଭ ମୁହୂର୍ତ୍ତରେ ଖୋଲିବ ରତ୍ନଭଣ୍ଡାର, ଭିତରକୁ ଯିବେ ୧୧ ସଦସ୍ୟ- ଜଷ୍ଟିସ୍ ବିଶ୍ୱନାଥ ରଥ

July 14
11:44 2024

ପୁରୀ, ୧୪/୭ : ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଶୁଭ ମୁହୂର୍ତ୍ତ। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ରତ୍ନଭଣ୍ଡାର ଖୋଲିବ। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।
ରତ୍ନଭଣ୍ଡାର ଭିତରକୁ ୫ ଜଣ ସେବାୟତ, ତଦାରଖ କମିଟି ଅଧ୍ୟକ୍ଷ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ସଦସ୍ୟ ଡାକ୍ତର ସି ଭି କେ ମହାନ୍ତିଙ୍କ ସମେତ ୧୧ଜଣ ଯିବେ। ଦିନ ୧୨ଟା ବେଳେ ସମସ୍ତେ ଶ୍ରୀମନ୍ଦିରକୁ ଯିବେ।
ପ୍ରଥମେ ବିମଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇତାଙ୍କର ଅନୁମତି ଲୋଡ଼ାଯିବ। ତେଣେ ଚାବି ଖୋଲାଯିବା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ ବିଶ୍ବନାଥ ରଥ ।
ଏଣେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ଆଜ୍ଞାମାଳ।ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ମହାପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି। ମହାପ୍ରଭୁ ଲୋକନାଥ ମହାପ୍ରଭୁ, ମହାଲକ୍ଷ୍ମୀ, ବାବା ଲୋକନାଥ ଓ ମା’ ବିମଳା ଆଶୀର୍ବାଦଙ୍କ ନେଇ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବ।
ରତ୍ନଭଣ୍ଡାର ଖୋଲିବା ସମୟରେ ଭଣ୍ଡାର ମେକାପ, ଦେଉଳକରଣ, ତଢ଼ଉକରଣ, ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି। ଠାକୁରଙ୍କ ଖଟଶେଜ ଘରକୁ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ଏଠାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ମଣତି ପର‌୍ୟ୍ୟନ୍ତ ଗଚ୍ଛିତ ରଖାଯିବ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930