Indus Valley Times

ନଦୀପଠାକୁ ଯାଆନ୍ତୁନି କି ଗୋରୁଗାଈ ଛାଡନ୍ତୁନି, ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି

 Breaking News

ନଦୀପଠାକୁ ଯାଆନ୍ତୁନି କି ଗୋରୁଗାଈ ଛାଡନ୍ତୁନି, ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି

ନଦୀପଠାକୁ ଯାଆନ୍ତୁନି କି ଗୋରୁଗାଈ ଛାଡନ୍ତୁନି, ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି
July 28
13:43 2024

ଭୁବନେଶ୍ବର, ୨୮/୭: ହୀରାକୁଦ ଗେଟ୍ ଖୋଲିଲା, ସତର୍କ ସୂଚନା ଜାରି ହେଲା। ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ୍ କମିସନର( ଏସଆରସି)। ହୀରାକୁଦ ଗେଟ୍ ଖୋଲିବା ଏବଂ ତାପରେ ନଦୀମାନଙ୍କରେ ନିଷ୍କାସିତ ବନ୍ୟାଜଳର ପରିମାଣ ବୃଦ୍ଧି ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି।
ତେବେ ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ସତର୍କ କରାଇବା ସହ ନଦୀପଠାକୁ ଗୋରୁଙ୍କୁ ନ ଛାଡ଼ିବା ପାଇଁ ସତର୍କ କରାଇବେ। ଏଥିସହ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।
ଆଜି ହୀରାକୁଦ ଡ୍ୟାମରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ପ୍ରଥମ ପର‌୍ୟ୍ୟାୟରେ ୭ଟି ଗେଟ୍ ଖୋଲିଥିବା ବେଳେ ଆଜି ପର‌୍ୟ୍ୟାୟକ୍ରମେ ୨୦ଟି ଗେଟ୍ ଖୋଲିବାର ଅଛି। ତେଣୁ ଗେଟ୍ ଖୋଲିବା ସହ ଜଳର ପରିଣାମ ବଢିବାକୁ ଥିବା ବେଳେ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31