Indus Valley Times

ଆଜି ହେଉଛି ବନ୍ଧୁତା ଦିବସ ; ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ଵତନ୍ତ୍ର

 Breaking News

ଆଜି ହେଉଛି ବନ୍ଧୁତା ଦିବସ ; ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ଵତନ୍ତ୍ର

ଆଜି ହେଉଛି ବନ୍ଧୁତା ଦିବସ ; ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ଵତନ୍ତ୍ର
August 04
12:35 2024

ଭୁବନେଶ୍ୱର, ୪/୮ : ମାନବ ଜୀବନରେ ଏକ ସୁନ୍ଦର ଉପହାର ହେଉଛି ବନ୍ଧୁ। ଏହି ଉପହାରକୁ ଉପଭୋଗ କରିବା ପାଇଁ ଦେବତା ବି ନର ରୂପ ଧାରଣ କରିଛନ୍ତି। ‘ନିର୍ବାସିତର ବିଳାପ’ରେ ମଧୁସୂଦନ ରାଓ ଲେଖିଥିଲେ,’କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତ ଲାଗି ଦେବତା ନର।’
ମର୍ତ୍ତ୍ୟ ମଣ୍ଡଳରେ ବନ୍ଧୁତାର ଏ ଅମୃତକୁ ଆସ୍ୱାଦନ ପାଇଁ ଯେତେବେଳ ଦେବତା ନର ରୂପ ଧାରଣ କରିଛନ୍ତି ଛାର ମଣିଷ ଏଥିରୁ ବାଦ୍ ପଡିବ ବା କିପରି। ପ୍ରତିଟି ବ୍ୟକ୍ତିଙ୍କ ଜୀବନରେ ବନ୍ଧୁଟିଏ ନିଶ୍ଚୟ ଥାଏ, ଆଉ ବନ୍ଧୁ ଆବଶ୍ୟକ ମଧ୍ୟ। ଯାନି-ଯାତ, ସୁଖ-ଦୁଃଖ, ଭଲ-ମନ୍ଦରେ ମଣିଷ ବନ୍ଧୁକୁ ଖୋଜେ।
ଜୀବନରେ ବନ୍ଧୁ ଆଉ ବନ୍ଧୁତାକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଏ।
ବନ୍ଧୁତା ଦିବସ ଇତିହାସ
୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ପ୍ରଥମେ ବନ୍ଧୁତା ଦିବସ ପାଳନର ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇକୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା।
କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ରୂପେ ପାଳନ କରନ୍ତି। ଏହା ପଛରେ ମଧ୍ୟ ଅନ୍ୟ ଏକ କାହାଣୀ ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031