Indus Valley Times

ଗଣେଶ ପୂଜା ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

 Breaking News

ଗଣେଶ ପୂଜା ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

ଗଣେଶ ପୂଜା ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ
August 18
19:39 2024

ଭୁବନେଶ୍ବର, ୧୮/୮ : ଆଦ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖ ଦିନ ଠାରୁ ଆରମ୍ଭ ହେବ। ଦେଶବ୍ୟାପୀ ଗଣେଶ ପୂଜା ଉତ୍ସାହର ସହିତ ପାଳନ କରାଯିବ।
ଓଡ଼ିଶାରେ ପ୍ରସିଦ୍ଧ ଜଟଣୀ, ତାଳଚେର, ଦେବଗଡ଼ ସମେତ କଟକ ଓ ଭୁବନେଶ୍ବରରେ ମଧ୍ୟ ଧୁମଧାମ୍‌ରେ ଗଣେଶ ପୂଜାର ଆୟୋଜନ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୂର୍ତ୍ତି ଗଢ଼ା କାମ ଜୋରସୋରରେ ଚାଲିଛି।
ଟେଣ୍ଟ କାମ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହୋଇଯିବ। ତେବେ ଗଣେଶ ପୂଜାର ସ୍ବତନ୍ତ୍ର ଆକର୍ଷଣ କୁହାଯାଉଥିବା ଭସାଣ ଉତ୍ସବରେ ଏଥର ଡିଜେ ସାଉଣ୍ଡ ବକ୍ସ ରହିବ ନାହିଁ। ପ୍ରଭୁ ଗଣେଶ ବିଦାୟ ନେବା ବେଳେ ମାଟି ଥରିଲା ଭଳି ଶବ୍ଦ ଶୁଣାଯିବ ନାହିଁ। ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଚଳିତ ଥର ଏହିଭଳି ନିର୍ଦ୍ଦେଶ ଦେଇଛି।
କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ ହେବ। ଡିଜେ ବଦଳରେ ପାରମ୍ପରିକ ବାଦ୍ୟ ଢୋଲ, ନିଶାଣ, ତାସା, ପେଁକାଳୀ ବାଜିବ। ପୂଜା ସମୟରେ ମେଲୋଡି ଉପରେ କଟକଣା ଲାଗିବ। ଭସାଣିରେ ଡିଜେ ବନ୍ଦ ରହିବ। ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର‌୍ୟ୍ୟାନୁଷ୍ଠାନ ହେବ ।
ଏ ନେଇ କମିସନରେଟ ପୁଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ସମନ୍ବୟ ବୈଠକ ବସିଛି। ପୂଜାକୁ କିଭଳି ନିଶାମୁକ୍ତ କରାଯିବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଡିସିପି। ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ। ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି।
ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ ।
ସିସିଟିଭି ସାରା ସହରରେ ରହିବ। ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି। ପୂଜା ପରେ ୮, ୧୧ଓ ୧୨ ତାରିଖରେ ଭଷାଣି ପାଇଁ ସ୍ଥିର କରାଯାଇଛି। ପୁଲିସର ସମସ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31