Indus Valley Times

ମାହେଶ୍ୱରୀ ଗୋଶାଳାରେ ରକ୍ଷା ବନ୍ଧନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ମାହେଶ୍ୱରୀ ଗୋଶାଳାରେ ରକ୍ଷା ବନ୍ଧନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

August 20
11:11 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୮: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ପବିତ୍ର ଶ୍ରାଵଣ ପୁର୍ଣିମା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାହେଶ୍ୱରୀ ଗୋଶାଳା ର ଅଧକ୍ଷ ନିର୍ଗୁଣ ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଳରାମ ଜୟନ୍ତୀ, ଗୋଶାଳା ପରିସରରେ ବୃକ୍ଷ ରୋପଣ ଓ ବୃକ୍ଷ ରକ୍ଷା ବନ୍ଧନ, ଗୋପୁଜନ, ଗୋ ରକ୍ଷ୍ୟା ବନ୍ଧନ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଗୋଶାଳାର ସାମଗ୍ରିକ ବିକାଶ ନିମନ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ସଂମ୍ମାନିତ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ତପନ କୁମାର ଦ୍ୱିବେଦୀ, ପ୍ରାଣୀ ଚିକିତ୍ସକ ଡା ପ୍ରିୟବ୍ରତ୍ତ ବେହେରା, ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ସାମାଜିକକର୍ମୀ ତଥା ଉପଦେଷ୍ଟା କେଦାରନାଥ ସାହୁ, ବିଦ୍ୟାଧର ସ୍ୱାଇଁ, ଆର୍କିଟେକ ଇଂ ଡ ସୁମନ ଷଡ଼ଙ୍ଗୀ, ପରିବେଶବିତ ସ୍ୱରାଜ କୁମାର କଂହର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ମାହେଶ୍ୱରୀ ଗୋଶାଳାର ସମସ୍ତ ସଦସ୍ୟ, ରାସ୍ତ୍ରୀୟ ସ୍ୱୟଂ ସେବକ ସଙ୍ଘ,ଆର୍ଟ ଅଫ ଲିଭିଙ୍ଗ ପରିବାର, ରାଧାମାଧବ ସେବା ଶ୍ରମ,ମାରୱାଡି ସମାଜ, ଡ଼ୁମାଳ ସମାଜ ତରଫରୁ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗୋଶାଳାର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930