Indus Valley Times

ବିଷାକ୍ତ ମଦ ନେଲା ଜୀବନ; ତାତିଲେ ଲୋକେ, ୨୦ ଲକ୍ଷ ଦାବିରେ ରାସ୍ତାରୋକ

 Breaking News

ବିଷାକ୍ତ ମଦ ନେଲା ଜୀବନ; ତାତିଲେ ଲୋକେ, ୨୦ ଲକ୍ଷ ଦାବିରେ ରାସ୍ତାରୋକ

August 21
10:54 2024

ଗଞ୍ଜାମ,୨୧/୮: ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦ ପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ ଘଟିଛି। ମୃତ ଜଣକ ହେଲେ ଜୁରା ବେହେରା।
ବୁଧବାର ସକାଳେ ପରିବାର ଲୋକ ମୃତଦେହ ଚିକିଟି ମୁଖ୍ୟ ରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେ ନୂଆଗାଁ ଥାନା ମାଉନ୍ଦପୁର ଗ୍ରାମରେ ଗତ ସୋମବାର ଦେଶୀ ମଦ ପିଇ ଜେନା ପୁର ଓ କରବକ୍ଷଲୁଆ ଗ୍ରାମରେ ୨୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ୧୪ଜଣ ବ୍ରହ୍ମପୁର ବଡ଼ ମେଡିକାଲ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ଜୁରା ବେହେରାଙ୍କ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ବୁଧବାର ସକାଳେ ମୃତଦେହକୁ ବ୍ୟବଚ୍ଛେଦ ହୋଇ ପରିବାରଙ୍କୁ ହସ୍ତାନ୍ତର କରିବା ପରେ ୨୦ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ଚିକିଟି ମୁଖ୍ୟ ବଜାରରେ ରାସ୍ତା ଅବରୋଧ କରିଥିଲେ।
ଘଟଣାସ୍ଥଳରେ ପହଞ୍ଚି ଚିକିଟି ଏସଡିପିଓ ବିଶାମିତ୍ର ହରପାଲ,ଚିକିଟି ତହସିଲଦାର ବଳଦେବ ବେହେରା,କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ପରିବାରଙ୍କ ସହ ମିଶି ଆଲୋଚନା କରିଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930