Indus Valley Times

ମାଲକାନଗିରିରେ ଗଡୁନି ଘରୋଇ ବସ୍; ଯାତ୍ରୀ ନାକେଦମ୍

 Breaking News

ମାଲକାନଗିରିରେ ଗଡୁନି ଘରୋଇ ବସ୍; ଯାତ୍ରୀ ନାକେଦମ୍

August 27
10:42 2024

ମାଲକାନଗିରି, ୨୭/୮ : ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ଅର୍ଥାତ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟତ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ। ଏଥିଲାଗି ଯାତ୍ରୀ ହନ୍ତସନ୍ତ ହେଉଥିବା ପରିଲକ୍ଷିତ ହେଉଛନ୍ତି।
ଏହି ବସ ଯାତାୟତ କଲେ ଘରୋଇ ବସରେ ଯାତ୍ରୀ ନ ହେବା ସହ ଅନେକ କ୍ଷତି ସହିଛନ୍ତି ବସ ମାଲିକ ସଂଘ। ତେଣୁ ଏହି ବସ ଚଳାଚଳ ବନ୍ଦ ନହେବା ପର‌୍ୟ୍ୟନ୍ତ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ଜିଲ୍ଲା ଘରୋଇ ବସ ମାଲିକ ସଂଘ। ଏହାର ପ୍ରଭାବରେ ତମାମ ଜିଲ୍ଲାରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30