Indus Valley Times

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ

 Breaking News

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ
August 31
12:01 2024

ଗଞ୍ଜାମ,୩୧/୮ : ଆଜି ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ ସୀତାରାମ ପାତ୍ର ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି ।
ବ୍ରହ୍ମପୁର ସ୍ୱତନ୍ତ୍ରୀ ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶର କ୍ରମେ ବିଇଓ ସୀତାରାମ ପାତ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ପଶିଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ସକାଳୁ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି ।
ବ୍ରହ୍ମପୁର ସହର ରାମକୃଷ୍ଣ ନଗର ୭ ନମ୍ବର ଲେନରେ ଥିବା ତାଙ୍କର ଦୁଇ ମହଲା ବିଶିଷ୍ଟ କୋଠା, ଖୋର୍ଦ୍ଦାସିଂହସ୍ଥିତ ଶରଧାବାଲି ଆପର୍ଟମେଣ୍ଟରେ ଥିବା ଫ୍ଲାଟ୍, ପୋଲସରା ଅନ୍ତର୍ଗତ କୋଲିସାହିରେ ଥିବା ଦୁଇ ମହଲା କୋଠା ଓ ଅନ୍ୟ ଏକ ଘର, କଳିଙ୍ଗନଗରରେ ଥିବା ଘର ଓ ଛତ୍ରପୁର ସ୍ଥିତ କାର‌୍ୟ୍ୟାଳୟରେ ଚଢ଼ାଉ ଜାରି ରହିଛି । ଏଥିରେ ୫ ଜଣ ଡିଏସପି, ୪ ଇନସ୍ପେକ୍ଟର, ୫ ଏସଆଇ ଏବଂ ଅନ୍ୟ ସହ କର୍ମଚାରୀମାନେ ସାମିଲ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30