Indus Valley Times

ମୌଳିକ ସୁବିଧାରୁ ବଞ୍ଚିତ ମହାଳିକପଡା ବାସୀଙ୍କର ଟେଲିଫୋନ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଦାବୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ଓ କୁଶପୁତ୍ତଳିକା ଦାହ

 Breaking News

ମୌଳିକ ସୁବିଧାରୁ ବଞ୍ଚିତ ମହାଳିକପଡା ବାସୀଙ୍କର ଟେଲିଫୋନ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଦାବୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ଓ କୁଶପୁତ୍ତଳିକା ଦାହ

September 05
20:53 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୯ : ବୌଦ୍ଧ ସ୍ୱାଧୀନତାର ଦୀର୍ଘ୭୭ବର୍ଷ ପରେ ଟେଲିଫୋନ ନେଟୱାର୍କ ଭଳି ଅତ୍ୟାବଶ୍ୟକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଓଡ଼ିଶାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ମହାଳିକପଡା ପଞ୍ଚାୟତ ବାସୀ ।
ଦୀର୍ଘ ଦିନର ଦାବୀ ପରେ ବିଏସଏନଏଲ ପକ୍ଷରୁ ଟେଲିଫୋନ ଟାୱାର ହୋଇଛି ସତ ମାତ୍ର ଏ ଯାବତ ତାହା ଆନ୍ତରିକତା ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।
ଏଣୁ ଆଜି ମହାଲିକପଡା ବିକାଶ ପରିଷଦ ପକ୍ଷରୁ ଏହାର ଆବାହକ ଅମର ପ୍ରଧାନ ଓ ବିଜେଡି ନେତା ଅବକାଶ ସାହୁ ଘାସିରାମ ରଣା ପ୍ରକାଶ ରଣା ବାବୁଲ ମାଝୀ ଗଜେନ୍ଦ୍ର ପ୍ରଧାନ ହୃଦାନନ୍ଦ ଦେହୁରୀ ଶେଷଦେବ ସାହୁ ସୁନୀଲ ରଣା ଶିଶିର ମଳିକ ସଚ୍ଚିଦାନନ୍ଦ ଖେତୀ ମଣ୍ଟୁ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଅନେକ ଯୁବ ନେତୃତ୍ୱ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ଏଥିରେ ମୋଦିଙ୍କ ଡିଜିଟାଲ ଇଣ୍ଡିଆ କୁଆଡେ ଗଲା ବୋଲି ପ୍ରଶ୍ନ କରିବାସହ ଡବଲ ଇଞ୍ଜିନ ସରକାର ଡବଲ ବିକାଶର ସ୍ଲୋଗାନ ଦେଈ କ୍ଷମତାକୁ ଆସିବା ପରେ ଡବଲ ଧୋକ୍କା ଦେଇଛି ବୋଲି ଅଭିଯୋଗ କରିଛନ୍ତି ।
ଓଡିଶାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ଟେଲିକମ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏ କ୍ଷେତ୍ରରେ ଓଡିଶାକୁ ହତାଦର କରିଛନ୍ତି ।
ଏଣୁ ତୁରନ୍ତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ପାଇଁ ଦାବୀ କରିବାସହ ବିକ୍ଷୋଭସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
ତୁରନ୍ତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଉପସ୍ଥିତ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31