Indus Valley Times

‘ବିଜେପିରେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ’, ସଦସ୍ୟତା ଗ୍ରହଣ ପରେ ଅଧ୍ୟକ୍ଷ ନିର୍ବାଚନ ହେବ: ନଡ୍ଡା

 Breaking News

‘ବିଜେପିରେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ’, ସଦସ୍ୟତା ଗ୍ରହଣ ପରେ ଅଧ୍ୟକ୍ଷ ନିର୍ବାଚନ ହେବ: ନଡ୍ଡା

September 26
17:32 2024

ଭୁବନେଶ୍ୱର, ୨୬/୯ : ବିଶ୍ୱରେ ଆଦର୍ଶରେ ଚାଲୁଥିବା ଗୋଟିଏ ମାତ୍ର ଦଳ ହେଉଛି ବିଜେପି । ଏକମାତ୍ର କ୍ୟାଡର୍ ପାର୍ଟି, ଯାହାର ସଦସ୍ୟତା ପ୍ରଣାଳୀ ସବୁଠୁ ସ୍ୱଚ୍ଛ। ଏଠି ନେତାର ପୁଅ ନେତା ହୁଏନି, ଗ୍ରାଉଣ୍ଡରୁ ଆସୁଥିବା ବ୍ୟକ୍ତି ନେତା ହୁଏ। ଆଜି କିଛି ଏଭଳି ଭାବେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ଗସ୍ତ କରି ଦଳର ସଦସ୍ୟତା ଅଭିଯାନକୁ ବ୍ୟାପକ କରିଛନ୍ତି। ଏହି ଅବସରରେ ବିରୋଧୀଙ୍କୁ ନିଶାନା କରିଛନ୍ତି ନଡ୍ଡା।
ସେ କହିଛନ୍ତି, ଦେଶ ଏବେ ବିକାଶର ଦ୍ରୁତ ପଥରେ ଆଗକୁ ବଢ଼ି ଚାଲିଛି। ନା ନନେଇ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ସମାଲୋଚନା କରି କହିଛନ୍ତି, ଭାଇ ଭଉଣୀଙ୍କୁ ବିକାଶ ଦେଖାଯାଇନି। କେବଳ ବେକାରୀ ଓ ମହଙ୍ଗା କଥା କହୁଛନ୍ତି। ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର। ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି, ଏକଥା ବୋଧେ ସେମାନଙ୍କୁ ଦେଖାଯାଉନି। ପଶ୍ଚିମବଙ୍ଗରେ ବାମ ଦଳ ପରସ୍ପର ସହ ଲଢ଼ୁଛନ୍ତି କିନ୍ତୁ ଦିଲ୍ଲୀରେ ସାଥି ହେଉଛନ୍ତି। ଟ୍ରିପଲ୍ ତଲାକ ହଟାଇ ସମାଜରେ ସମାନତା ଆଣିଛି ବିଜେପି।
ମୁସଲିମ୍ ରାଷ୍ଟ, ବାଂଲାଦେଶ, ପାକିସ୍ତାନର ଉଦାହରଣ ଦେଇ ନଡ୍ଡା ଆହୁରି କହିଛନ୍ତି କି, ବାଂଲାଦେଶ, ପାକିସ୍ତାନ, ଇରାନରେ ଟ୍ରିପଲ ତଲାକ ନାହିଁ’ କିନ୍ତୁ ଭାରତରେ ଧର୍ମନିରପେକ୍ଷ ନାଁରେ ଟ୍ରିପଲ ତଲାକ ଚାଲିଥିଲା। ମୋଦି ଆସିଲେ, ମୁସଲମାନ ଭଉଣୀଙ୍କୁ ମୁକ୍ତି ଦେଲେ। ରାମ ମନ୍ଦିର ବନେଇବୁ କହିଥିଲୁ, କରିକି ଦେଖାଇଲୁ। କାଶ୍ମୀରରୁ ଧାରା ୩୭୦ ହଟାଇ ସମ୍ବିଧାନକୁ ସାର୍ବଭୌମ କରିଛୁୁ। ଏପରିକି ବିଜେପି ଲାଷ୍ଟ ମ୍ୟାନ୍ ଆଟ୍ ଲାଷ୍ଟ ମାଇଲରେ ବିଶ୍ବାସ କରୁଥିବା ଦଳ। ସେଥିପାଇଁ ୨ ସେପ୍ଟେମ୍ବରରୁ ଏଯାଏଁ ୬ କୋଟି ନୂଆ ସଦସ୍ୟ ଯୋଡ଼ି ହେଲେଣି ବୋଲି ଦୋହରାଇଛନ୍ତି ନଡ୍ଡା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930