Indus Valley Times

ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସେବିକା ସଂଘର ଧର୍ମଘଟ

 Breaking News

ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସେବିକା ସଂଘର ଧର୍ମଘଟ

September 26
20:05 2024

ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୯ : ୧୦ଦଫା ଦାବୀ ନେଇ ବାଲିଗୁଡା ଉପଖଣ୍ଡର ନର୍ସିଂକର୍ମଚାର ଦୁଇଦିନ ଧରି ମର୍ମଘଟରେ ବସିଛନ୍ତି ।
ଏହି ଦଶଦଫା ଦାବୀ ଗୁଡିକ ହେଲା ୨୦୧୩ ମସିହା ପୁର୍ବରୁଥିବା ୬ବର୍ଷଚୁକ୍ତିଭିତିକଅବଧିମୁଳ ଚାକିରିରେ ମିଶାଇବା ,ସିଏଚହୋପୋଷ୍ଟେରେ ନର୍ସି ଅଫିସର ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଆଉ ଚଳିବ ନାହିଁ,ଅବଶିଷ୍ଟ ନର୍ସି ଅଫିରମାନଙ୍କୁ ତୁରନ୍ତ ନିୟମିତ କରିବା,କେବିକେ ଆଲୋଉନସ,ପ୍ରସ୍ତାବିତ ଡ୍ରେସକୋଡ ଲାଗୁ କରିବା,ବିଭିନ୍ନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ନସିଂ କର୍ମଚାରୀମାନଙ୍କୁ ସିଏଚଓ ପଦରୁ ଫେରାଇ ଆଣି ବିଭିନ୍ନ ଡାକ୍ତରଖାନାରେ ସେବା ଯୋଗାଇବା କୁ ଦକ୍ଷେପ ଇତ୍ୟାଦି ଦାବୀ ରହିଛି ।
ସରକାର ଯଦୀ ଦାବୀ ନଶୁଣନ୍ତି ତେବେ ଆମେ ସେବାକାର୍ଯ୍ୟ ବନ୍ଦ କରି ଧାରଣାରେ ବସିବୁ ବୋଲି ଚେତାବନି ଦେଇଛନ୍ତି । ଧାରଣାରେ ବସିବା ଫଳରେ ସେବା କାର୍ଯ୍ୟରେ ବାଧା ଉପୁଜୁଛି କେବଳ ଜରୁରୀକାଳିନ ସେବା ଠିକରେ କରୁଛନ୍ତି ଅନ୍ୟସେବାରେ ବ୍ୟାଘାତ ଘଟୁଛି ।
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
ବାଲିଗୁଡା,୨୬/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଖମନଖୋଲ ପଞ୍ଚାୟତ ପୁରୁଭଟ୍ଟା କ୍ଲଷ୍ଟରର ରାଇପଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗଦେଇ ଦୀପଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ସଭାପତି ସଞ୍ଜୟ ସାଣ୍ଡ , ସିଆରସିସି ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେଶ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ । କ୍ଲଷ୍ଟର ସ୍ତରୀୟ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ନିଜ ନିଜର କୃତିତ୍ୱ ପ୍ରତିପାଦନ କରି ଅତିଥିଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
କ.ନୂଆଗାଁ ପୋଲିସ ପକ୍ଷରୁ ପାଞ୍ଚ ଜଣ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ
ବାଲିଗୁଡା, ୨୬/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାର୍ବଣକୁ ଲକ୍ଷ୍ୟ ରଖି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପାଞ୍ଚ ଜଣ ଓ୍ବାରେଣ୍ଟିଙ୍କୁ ଗିରଫ କରି କ.ନୂଆଗାଁ ପୋଲିସ କୋର୍ଟକୁ ପଠାଇଥ‌ିବା ଜଣାପଡିଛି।
ସୂଚନା ଅନୁସାରେ ବିଭିନ୍ନ ମାମଲାରେ ଅଭିଯୁକ୍ତ ହୋଇ ୨୦୨୦ ମସିହା କେସରେ କୁଡୁତୁଲି ପଞ୍ଚାୟତ ଜମାପଦରର ପ୍ରଦେଶି ଦଳବେହେରା ଓ ସ୍ତ୍ରୀ କାଳୀ ଦଳବେହେରା, ୨୦୨୨ ମସିହା କେସରେ ସିର୍ତ୍ତିଗୁଡାର ଅବନୀ ବେହେରା ଓ ୨୦୨୩ ମସିହା ପୁରୁଣା କେସରେ ପ୍ରତାପ ଚୌଧୁରୀ ଏବଂ ସାଇନ୍ ପଡା ପଞ୍ଚାୟତ କିଲୁପଡାର ଦିବାକର ବେହେରା
୨୦୨୪ ମସିହା ପୁରୁଣା କେସ ବଳରେ କ.ନୂଆଗାଁ ଥାନା ଅଧିକାରୀ ପି. ସ୍ବରୂପ କ୍ରିଷନଙ୍କ ନେତୃତ୍ବରେ ଏସଆଇ ଅଶୋକ କୁମାର ତ୍ରିପାଠୀ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଧରପଗଡ କରି ଉକ୍ତ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଥାନା ପକ୍ଷରୁ ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31