Indus Valley Times

ମଦ ପିଇ ଗାଡି ଚଳାଉଥିଲେ, କାର୍‌ରୁ ମିଳିଲା ପୁଳା ପୁଳା ଟଙ୍କା

 Breaking News

ମଦ ପିଇ ଗାଡି ଚଳାଉଥିଲେ, କାର୍‌ରୁ ମିଳିଲା ପୁଳା ପୁଳା ଟଙ୍କା

September 29
09:27 2024

ଭୁବନେଶ୍ୱର, ୨୯/୯ : ଗାଡ଼ି ଚେକିଂ କରୁଥିଲା କମିଶନରେଟ୍ ପୁଲିସ। ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର
ଥାନା ଓମ୍ଫେଡ଼ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି ପୁଲିସ।
ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୁଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା କରୁଛି।
ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ଼ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ଚାଲିଥିଲା।
ଏହି ସମୟରେ ଦିବ୍ୟଜ୍ୟୋତିଙ୍କୁ କାର୍‌କୁ ପୁଲିସ ଅଟକାଇଥିଲା। ସେ ମଦ ପିଇ ଗାଡ଼ି ଚଳାଉଛନ୍ତି ନାହିଁ ଚେକିଂ କରିଥିଲା। ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା।
ପରେ ତାଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଥିଲା ପୁଲିସ। ଦିବ୍ୟଜ୍ୟୋତି ଏତେ ଟଙ୍କା କେଉଁଠି ଆଣିଲେ ପୁଲିସ ତାଙ୍କୁ ପଚରାଉଚରା କରୁଛି। ଏଥିସହ ଗାଡ଼ି ଓ ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930