Indus Valley Times

ଗଜପତି : ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଅଧିବେଶନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଅଧିବେଶନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

October 08
19:32 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୧୦: ଗଜପତି ଜିଲ୍ଲା ଭାରତୀୟ ମଜଦୁର ସଂଘର ବାର୍ଷିକ ଅଧିବେଶନ ଆଜି ପାରଳାଖେମୁଣ୍ଡି ସହରର ଭଣ୍ଡାରୀସାହି ସ୍ଥିତ ଉତ୍କଳ ହିତୈଷିଣି ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଶଙ୍କର ଚରଣ ଗୌଡଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଏମ୍ଏସ୍: ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥିବୀରାଜ ପଣ୍ଡା ଯୋଗ ଦେଇଥିଲେ।
ଅନ୍ୟତମ ଅତିଥିଭାବେ ରାଜ୍ୟ ଉପସଭାପତି ତଥା ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଏସୋସିଏସନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର , ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଏସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବିଏମ୍ଏସ୍ ଓଡିଶା ପ୍ରଦେଶର କୁଞ୍ଜଲତା ଦାସ ଏବଂ ସର୍ବପନ୍ଥ ସମାଜ ର ମଞ୍ଚ ସଂଯୋଜକ ତଥା ବିଏମ୍ଏସ୍ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ଭବାନୀ ଶଙ୍କର ଦାସ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଭାରତୀୟ ମଜଦୁର ସଂଘ ଗଜପତି ଜିଲ୍ଲା ଶାଖାର ସମ୍ପାଦକ ଶ୍ରୀ ସୁଜିତ ପ୍ରଧାନ ।
ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ ସହିତ ଜିଲ୍ଲାର ଶ୍ରମିକ ମାନଙ୍କର ହିତରେ ଆଲୋଚନା କରିବା ସହ ଆସନ୍ତା ଦିନରେ ଶ୍ରମିକମାନଙ୍କ ସମସ୍ୟା ହେଲେ କିପରି ସମାଧାନ କରାଯିବ ଏବଂ ଆଗାମୀ ଦିନମାନଙ୍କରେ ପଞ୍ଚାୟତ ସ୍ତରରେ ପହଞ୍ଚି ଶ୍ରମିକ ମାନଙ୍କୁ କିଭଳି ଭାବେ ସହଯୋଗ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା ।
ଏହି ଅବସରରେ ଭାରତୀୟ ମଜଦୁର ସଂଘର ନୂତନ କାର୍ଯ୍ୟକର୍ତ୍ତା ଭାବେ ସଭାପତି ଶ୍ରୀ ସୁଜିତ ପ୍ରଧାନ , ଉପସଭାପତି ଶ୍ରୀ ଶଙ୍କର ଚରଣ ଗୌଡ , ଅନ୍ୟତମ ଉପସଭାପତି କୌଳାସ ସାହୁ , ସମ୍ପାଦିକା ଭାବରେ ଅଞ୍ଜଳୀ ନାୟକ , ସହସମ୍ପାଦକ ଭାବରେ ଶ୍ରୀ ଅଭି ଶବର ଏବଂ ଅନ୍ୟତମ ସହ-ସମ୍ପାଦିକା ଭାବେ ଇସ୍ପନୀ ଗମାଙ୍ଗ , କୋଷାଧ୍ୟକ୍ଷ ଭାବେ ମୁନା ଜାମ୍ମୀ , ଆଇନ ପରାମର୍ଶଦାତା ଭାବେ କୌଳାସ ଚନ୍ଦ୍ର ଗୌଡଙ୍କୁ ମନୋନୀତ କରା ଯାଇଥିବା ବେଳେ ଯଥା ସମାନ ଅଙ୍ଗୱାଡି ଲେଡିଜ୍ ୱୋର୍କର୍ସ ଏସୋସିଏସନର ସଭାନେତ୍ରୀ ଭାବେ କୁନି ଜାନୀ , ଉପସଭାନେତ୍ରୀ ହିସାବରେ ସୁଜାତା ମାଝୀ ଏବଂ ଅନ୍ୟତମ ଉପସଭାନେତ୍ରୀ ଭାବେ ପ୍ରମୋଦିନୀ ଶବର , ସମ୍ପାଦିକା ଭାବରେ ପୁଷ୍ପାଞ୍ଜଳୀ ପଣ୍ଡା ଏବଂ ସହସମ୍ପାଦିକା ଭାବରେ ସସ୍ମିତା ଭୂୟାଁ ଏବଂ ଅନ୍ୟତମ ସହ-ସମ୍ପାଦିକା ଭାବରେ ଆରତୀ ପାଣି , କୋଷାଧ୍ୟକ୍ଷା ଭାବେ ଶଶିରେଖା ନାୟକ ଏବଂ ସହ-କୋଷାଧ୍ୟକ୍ଷା ଭାବେ ସଞ୍ଜୁକ୍ତା ପଲାଇ ପ୍ରମୁଖଙ୍କୁ ଚୟନ କରା ଯାଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ସାଙ୍ଗକୁ ଶ୍ରମିକ ଗୀତ ଗାନ କରି ଭବ୍ୟ ଆଡମ୍ବର ସହ କାର୍ଯ୍ୟକ୍ରମକୁ ଆୟୋଜନ କରା ଯାଇଥିଲା। ।
ଶେଷରେ ଭାରତୀୟ ମଜଦୁର ସଂଘ ଗଜପତି ଶାଖାର ସଭାପତି ଶ୍ରୀ ସୁଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930