Indus Valley Times

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ଛୁରାମାଡ଼ରେ ନାବାଳକ ମୃତ, ଜଣେ ଗୁରୁତର

 Breaking News

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ଛୁରାମାଡ଼ରେ ନାବାଳକ ମୃତ, ଜଣେ ଗୁରୁତର

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ଛୁରାମାଡ଼ରେ ନାବାଳକ ମୃତ, ଜଣେ ଗୁରୁତର
October 15
11:23 2024

ନବରଙ୍ଗପୁର,୧୫/୧୦ : ଦୁର୍ଗା ପୂଜା ଭସାଣିବେଳେ ଛୁରାମାଡ଼ ହୋଇଛି। ଏଥିରେ ଜଣେ ନାବାଳକର ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି।
ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ଦଣ୍ଡାସି ସାହିର କିରଣ ଗାଦବା। ଆହତ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଦୁର୍ଗା ପୂଜା ଭସାଣି ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ସୌରାସାହି ଓ ବଡ଼ହରିଜନ ସାହି ପିଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଧୀରେ ଧୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ମାଡ଼ ହୋଇଥିଲା। ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଆହତ ହୋଇଥିଲେ।
ପୁଲିସ ପହଞ୍ଚି ବୁଝାସୁଝା କରିବା ଉତ୍ତେଜନା ଥମିଥିଲା। ଆହତ ନାବାଳକଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୁଲିସ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31