Indus Valley Times

ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ

 Breaking News

ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ

ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ
October 20
08:58 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।
ଛାତ୍ରୀ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଏଭଳି ଘଟଣା ଘଟିଛି ।ମୃତ ଛାତ୍ରୀ ଜଣକ ହେଲେ ପଲାମୀ ଗ୍ରାମର ମଶିନ୍ଦ୍ର ମଲିକଙ୍କ ଝିଅ କଳ୍ପନା ମଲିକ (୧୪)। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି କେଶ ନଂ. ୨୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ।
ଘରେ ଶୋଇଥିବା ବେଳେ ଏସିଡ ମାଡ଼:ବାପା ପୁଅ ଗୁରୁତର
ବାଲିଗୁଡା,୨୦/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ।
ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ ହୋଇଛି।ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି ।
ଗୁରୁତର ଅବସ୍ଥା ରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିଲା ।
ଏହା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିଲା।ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତ ର ବୁଢାକୁନ୍ଦେଲ ଗାଁ ମୋହନ ପନ୍ଦର (୪୦) ନିଜ ୧୨ ବର୍ଷ ର ପୁଅ ଅନୁଜଙ୍କ ସହ ଶୋଇଥିଲେ ।
ରାତ୍ରି ପ୍ରାୟ ୨ ଘଣ୍ଟ ସମୟରେ ଶୋଇଥି ବା ଅବସ୍ଥାରେ କେହି ଜଣେ ଦୁବୁତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥିତବା ଅଭିଯୋଗ କରିଛନ୍ତି ।
ଏସିଡ ମାଡ଼ର ଶିକାର ହୋଇଥିବା ମୋହନ ପନ୍ଦର ଓ ତାଙ୍କ ପୁଅ ର ଛାତି ଓ ମୁହଁ ପୋଡି ଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି । ଖବର ପାଇବା ପରେ ଘଟଣା ସ୍ଥଳରେ ତୁମୁଡିବନ୍ଧ ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପଂହଁଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930