Indus Valley Times

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୪-୨୫ ” ଉଦଯାପିତ

 Breaking News

ବୌଦ୍ଧ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୪-୨୫ ” ଉଦଯାପିତ

October 20
14:44 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୧୦ : ବୌଦ୍ଧ ଜିଲ୍ଲାର ସ୍ଥାନୀୟ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷୃ ବାଳାଶ୍ରମ, ବିରନରସିଂହପୁର, ବୌଦ୍ଧ ଠାରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୪-୨୫” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି ।
ଉଦଯାପନି ସଭାରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଶିଶୁ ମାନେ ଅନୁଶାସନ ଓ ପରମ୍ପରାକୁ ଅନୁସରଣ କରିବା ସହ ଓ ସମାୟୁନବର୍ତୀତା ହେବା ପାଇଁ ପରାମର୍ଶ ଦେଇଥିଲେ ।
ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି କିଛି ଛାତ୍ରଛାତ୍ରୀ କିଭଳି ସଫଳତାର ସ୍ୱାଦ ପାଇଛନ୍ତି ତାହାର ଉଦାହରଣ ମଧ୍ୟ ରଖିଥିଲେ । ପାଠ ପଢିବା ପାଇଁ ଅର୍ଥ ବାଧକ ନୁହେଁ, ଏଭଳି ଶିଶୁ ମାନଙ୍କ ପାଇଁ ସରକାର ସବୁବେଳେ ତପ୍ତର ବୋଲି କହିଥିଲେ ।
ସରକାର ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କର ଲୁକାୟୀତ ପ୍ରତିଭାର ପରିପ୍ରକାଶ, ବିକାଶ ତଥା ଚିହ୍ନଟିକରଣ କରି ଜିଲ୍ଲା, ରାଜ୍ୟ ତଥା ଯାତୀୟ ସ୍ତରରେ ସମ୍ମାନୀତ କରିବାପାଇଁ ସୁଯୋଗ ସୃଷ୍ଠି କରିଛନ୍ତି ଏବଂ ସେମାନଙ୍କର ଅଂଶଗ୍ରହଣ କରିବାର ଅଧିକାର କୁ ସୁନିଶ୍ଚିତ କରିଛନ୍ତି ବୋଲି କହିଥିଲେ ସମ୍ମାନୀତ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସରତ କୁମାର ସେଠୀ ଯୋଗଦେଇ ଶିଶୁ ମାନଙ୍କ ପ୍ରତିଭା କୁ ପ୍ରଶଂସା କରିବା ସହ କୌଣସି ଅସୁବିଧା ହେଲେ ଜିଲ୍ଲା ପ୍ରଶାସନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସେକ୍ରେଟାରୀ ରାମକୃଷ୍ଣ ବାଳାଶ୍ରମ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ବଘାର, ତାଙ୍କର ମତବ୍ୟକ୍ତ କରିଥିଲେ ।
ଶିଶୁ ପ୍ରତିନିଧି କୁମାରୀ କଲ୍ୟାଣୀ ନାଏକ ଯୋଗଦେଇ ଦୁଇଦିନ ଧରି ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ।
କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାର ମାନପତ୍ର ଓ ପୁରସ୍କାର ରାଶି ଦେଇ ସମ୍ମାନୀତ କରାଯାଇଥିବାବେଳେ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ସୌଜନ୍ୟମୁଳକ ଉପହାର ଓ ମାନପତ୍ର ଦିଆଯାଇଥିଲା ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ଉଦ୍‌ଘାଟନି ଉତ୍ସବରେ ସୁରକ୍ଷା ଅଧିକାରୀ ଶ୍ରୀୟୁକ୍ତ ରାଜେନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ପ୍ରଦୀପ ପଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ବକୃତା, ଡ୍ରଇଂ ଓ ଅନ୍ୟାନ୍ୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଦୁଇ ଗୋଟି ଶିଶୁଯତ୍ନ ଅନୁଷ୍ଠାନର ପ୍ରତ୍ୟେକ ବିଭାଗରେ କନିଷ୍ଠ ଓ ବରିଷ୍ଠ ବିଭାଗରୁ ଏହି ପ୍ରତିଯୋଗିତାରେ ମୋଟ ୮୦ ଶିଶୁ ଅଂଶ ଗ୍ରହଣ କରିଥିଲେ ।
ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୮ ଜଣ ପ୍ରତିଯୋଗୀ ଆସନ୍ତା ମାସରେ କଳିଙ୍ଗ ଷ୍ଠାଡିୟମ, ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୁରକ୍ଷା ଅଧିକାରୀ ସୁସାନ୍ତ ଭୋଇ ଧନ୍ୟବାଦ ଦେଇଥିବା ବେଳେ ୟୁନିଟ୍ ର ସମରସେନ ସିଂ, ବସନ୍ତ ଦିଶିରି, ସହଦେବ ନାୟକ, ଚିତ୍ରସେନ୍ ସାହୁ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930