Indus Valley Times

ଓଏଏସ୍ ସ୍ତରରେ ଅଦଳ ବଦଳ, ମନୋରଞ୍ଜନ ସାହୁ ଭୁବନେଶ୍ୱର ଉପଜିଲ୍ଲାପାଳ

 Breaking News

ଓଏଏସ୍ ସ୍ତରରେ ଅଦଳ ବଦଳ, ମନୋରଞ୍ଜନ ସାହୁ ଭୁବନେଶ୍ୱର ଉପଜିଲ୍ଲାପାଳ

ଓଏଏସ୍ ସ୍ତରରେ ଅଦଳ ବଦଳ, ମନୋରଞ୍ଜନ ସାହୁ ଭୁବନେଶ୍ୱର ଉପଜିଲ୍ଲାପାଳ
October 28
17:28 2024

ଭୁବନେଶ୍ୱର,୨୮/୧୦: ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି।
ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ, ମିଶନ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଥିବା ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତ ମିଳିଛି। ପୁରୀ ସବ କଲେକ୍ଟର ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଟ୍ ଜିଏମ (ସୋସିଆଲ ପ୍ରୋଜେକ୍ଟସ) ଥିବା ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ୱର ସବ-କଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ ଡେପୁଟି କମିଶନର ଥିବା ରାଜ କିଶୋର ଜେନାଙ୍କୁ ପୁରୀ ସବ-କଲେକ୍ଟର ଭାବେ ବଦଳି କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31