Indus Valley Times

‘ସୁଭଦ୍ରା’ ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ, ଗୋଟିଏ ଆକାଉଣ୍ଟ ସହ ଲିଙ୍କ୍ କରନ୍ତୁ ଗୋଟିଏ ମୋବାଇଲ ନମ୍ବର

 Breaking News

‘ସୁଭଦ୍ରା’ ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ, ଗୋଟିଏ ଆକାଉଣ୍ଟ ସହ ଲିଙ୍କ୍ କରନ୍ତୁ ଗୋଟିଏ ମୋବାଇଲ ନମ୍ବର

‘ସୁଭଦ୍ରା’ ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ, ଗୋଟିଏ ଆକାଉଣ୍ଟ ସହ ଲିଙ୍କ୍ କରନ୍ତୁ ଗୋଟିଏ ମୋବାଇଲ ନମ୍ବର
November 13
17:10 2024

ଭୁବନେଶ୍ୱର, ୧୩/୧୧: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କ ନିକଟକୁ ପଇସା ପହଞ୍ଚି ସାରିଛି ।
ତେବେ ଏବେ ବି ଲକ୍ଷାଧିକ ହିତାଧିକାରୀ ଏହାରି ଅପେକ୍ଷାରେ ରହିଛନ୍ତି । ଅନେକ କିଛି ତ୍ରୁଟି କାରଣରୁ ସୁଭଦ୍ରା ଟଙ୍କା ପାଇ ପାରି ନାହାନ୍ତି । ଏ ଯାଏଁ ସୁଭଦ୍ରା ଟଙ୍କା ପାଇ ନ ଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା । ଏଥିସହ ହିତାଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରନ୍ତୁ । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ ସହ ମୋବାଇଲ ନମ୍ବର ଲିଙ୍କ ହୋଇନି । ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ । ଯାହାର ଦୁଇ ତିନିଟି ଆକାଉଣ୍ଟଅଛି, ସେମାନଙ୍କର ଏଭଳି ସମସ୍ୟା ହେଉଛି ।
ତେଣୁ ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡନ୍ତୁ । ବାକି ୨୪ ତାରିଖରେ ଅବଶିଷ୍ଟ ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା । ଯଦି କେହି ବଞ୍ଚିତ ହୁଅନ୍ତି ତେବେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ୍ । ଅଙ୍ଗନବାଡି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଟଙ୍କା ପାଇ ନ ଥିବା ବ୍ୟକ୍ତିଙ୍କ କାଗଜପତ୍ର ଭେରିଫିକେସନ କରିବେ ।
ସୂଚନାଯୋଗ୍ୟ, ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର‌୍ୟ୍ୟାୟ ଟଙ୍କା ବିତରଣ କରାଯିବ । ଏ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ।
ତେବେ ଯେଉଁମାନଙ୍କ ଆବେଦନରେ ତ୍ରୁଟି ରହି ଯାଇଛି ସେମାନଙ୍କୁ ଠିକ ପ୍ରକ୍ରିୟା ଆବେଦନ କରିବାକୁ କୁହାଯାଉଛି । ସୁଭଦ୍ରା ପାଇଁ ପାଖାପାଖି ଏକ କୋଟି ମହିଳା ନାଁ ପଞ୍ଜୀକରଣ କରିଛନ୍ତି । ଡିସେମ୍ବର ସୁ୍‌ଦ୍ଧା ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପୂର୍ଭରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହି ସାରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930