Indus Valley Times

ଟିପିଏନ୍‌ଓଡିଏଲ୍ ପକ୍ଷରୁ ଗ୍ରାହକ ଅନୁଭୂତିରେ ଉନ୍ନତି ପାଇଁ ମିସଡ୍ କଲ୍ ଜରିଆରେ ଅଭିଯୋଗ ପଞ୍ଜୀକରଣର ଶୁଭାରମ୍ଭ

 Breaking News

ଟିପିଏନ୍‌ଓଡିଏଲ୍ ପକ୍ଷରୁ ଗ୍ରାହକ ଅନୁଭୂତିରେ ଉନ୍ନତି ପାଇଁ ମିସଡ୍ କଲ୍ ଜରିଆରେ ଅଭିଯୋଗ ପଞ୍ଜୀକରଣର ଶୁଭାରମ୍ଭ

ଟିପିଏନ୍‌ଓଡିଏଲ୍ ପକ୍ଷରୁ ଗ୍ରାହକ ଅନୁଭୂତିରେ ଉନ୍ନତି ପାଇଁ ମିସଡ୍ କଲ୍ ଜରିଆରେ ଅଭିଯୋଗ ପଞ୍ଜୀକରଣର ଶୁଭାରମ୍ଭ
November 16
13:55 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ଭୁବନେଶ୍ୱର, ୧୬/୧୧ : ଗ୍ରାହକ ସେବାରେ ଉନ୍ନତି ଆଣିବା ଓ ବିଦ୍ୟୁତ ସେବା ବ୍ୟାହତ ବିଷୟରେ ସୂଚନା ପ୍ରକ୍ର୍ରିୟାର ସରଳୀକରଣ କରିବା ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ନୂଆ ମିସଡ୍ କଲ୍ ଅଭିଯୋଗ ପଞ୍ଜୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ଯାହା ଗ୍ରାହକମାନଙ୍କୁ ଅତ୍ୟାବଶ୍ୟକୀୟ ସେବା ଓ ସମ୍ପର୍କିତ ସୂଚନା ପାଇବା ସହଜ କରିଛି ।
ତତ୍କାଳ ଓ ସ୍ୱୟଂକ୍ରିୟ ପ୍ରତିକ୍ରିୟା ପ୍ରଦାନ କରି ଗ୍ରାହକଙ୍କ ପ୍ରତୀକ୍ଷା ସମୟକୁ ଦୂର କରିବା ଲାଗି ଏହି ମିସଡ୍ କଲ୍ ସେବାକୁ ପ୍ରସ୍ତୁତ କରାଯାଇଛି ।
ନିକଟରେ ଶୁଭାରମ୍ଭ ହୋଇଥିବା ଏହି ସେବାରେ ଗ୍ରାହକମାନେ ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୯୭୭୭୭୭୪୭୮୭ ନମ୍ବରକୁ ମିସଡ୍ କଲ୍ କରି ବିଦ୍ୟୁତ ସେବା ବ୍ୟାହତର ବିବରଣୀ ପାଇପାରିବେ କିମ୍ବା ଅଭିଯୋଗ ଦାଖଲ କରିପାରିବେ । ଏହି ନମ୍ବରକୁ କଲ୍ କଲେ ତାହା ଆପେ କଟିଯିବ ଏବଂ ସିଷ୍ଟମ୍‌ରୁ ସୃଷ୍ଟି ହୋଇଥିବା ଏକ ମେସେଜ୍ ଗ୍ରାହକଙ୍କ ପାଖରେ ପହଂଚିବ । ସାଧାରଣ ବିଦ୍ୟୁତ ସେବା ବ୍ୟାହତ ସମ୍ପର୍କିତ କଲ୍ ହୋଇଥିଲେ ଗ୍ରାହକମାନେ ମେସେଜ୍‌ରେ ବ୍ୟାହତର କାରଣ ବିବରଣୀ ଓ ସମ୍ଭାବ୍ୟ ପୁନରୁଦ୍ଧାର ସମୟର ସୂଚନା ପାଇପାରିବେ । ବ୍ୟକ୍ତିଗତ ଅଭିଯୋଗ ଲାଗି ଗ୍ରାହକଙ୍କ ପାଖରେ ଅଭିଯୋଗ ନମ୍ବର ସହ ଏକ ସ୍ୱଷ୍ଟ ବାର୍ତା ପହଂଚିବ ।
ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ଆକାଉଂଟ୍ ପଞ୍ଜୀକୃତ ଥିବା ଗ୍ରାହକମାନଙ୍କୁ ଅଧିକ ବିବରଣୀ ମାଇଁ ଟାଟା ପାୱାର ଆପ୍ କିମ୍ବା ଦିଆଯାଇଥିବା ଦେୟମୁକ୍ତ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯିବ । ଯେଉଁ ନମ୍ବର ପଞ୍ଜୀକୃତ ହୋଇନାହିଁ ସେମାନଙ୍କୁ ଆପ୍ କିମ୍ବା ଟିପିଏନ୍‌ଓଡିଏଲ୍‌ର ହେଲ୍‌ପଲାଇନ୍ ଜରିଆରେ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯିବ ।
ଏ ସମ୍ପର୍କରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଦ୍ୱିଜଦାସ ବସକ କହିଛନ୍ତି ଯେ, “ମିସଡ୍ କଲ୍ ଅଭିଯୋଗ ପଞ୍ଜୀକରଣ ବ୍ୟବସ୍ଥାର ଶୁଭାରମ୍ଭ ଗ୍ରାହକଙ୍କ୍ ସହ ଭାବ ବିନିମୟକୁ ସରଳ ଓ ଅଧିକ ପ୍ରଭାବଶାଳୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ଗୋଟିଏ ମିସଡ୍ କଲ୍ ଜରିଆରେ ବାସ୍ତବ ସମୟ ସୂଚନା ପ୍ରଦାନ କରି ଆମେ ଗ୍ରାହକମାନଙ୍କୁ ଅତ୍ୟାବଶ୍ୟକ ସେବାକୁ ସହଜରେ ଓ ଶୀଘ୍ର ହାସଲ କରିବା ସୁବିଧା ପ୍ରଦାନ କରୁଛୁ ।’’
ବିଭିନ୍ନ ଯୋଗାଯୋଗ ଚ୍ୟାନେଲ୍ ମାଧ୍ୟମରେ ନିଜ ଉପସ୍ଥିତିର ସମ୍ପ୍ରସାରଣ କରିବାକୁ ଟିପିଏନ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି । ଅଧିକ ବିବରଣୀ ଲାଗି ଗ୍ରାହକମାନେ ମାଇଁ ଟାଟା ପାୱାର ଆପ୍ କିମ୍ବା ଦେୟମୁକ୍ତ ନମ୍ବର ୧୯୧୨ ଓ ୧୮୦୦-୩୪୫-୬୭୧୮କୁ ବ୍ୟବହାର କରିପାରିବେ ।
ଏହା ଗ୍ରାହକମାନଙ୍କୁ କଲ ସେଂଟରକୁ କଲ୍ କରିବା ବ୍ୟତିତ ଏକ ସୁବିଧାଜନକ ବିକଳ୍ପ ପ୍ରଦାନ କରିବ । ଏହି ଅଭିଯାନ କଲ୍ ସେଂଟରକୁ ଆସୁଥିବା କଲ୍ ସଂଖ୍ୟା କମ୍ କରାଇ ଏଜେଂଟ୍‌ମାନଙ୍କୁ ଗ୍ରାହକମାନଙ୍କ ଜଟିଳ ସମସ୍ୟାଗୁଡ଼ିକର ଅଧିକ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ଉପରେ ଧ୍ୟାନ ଦେବାରେ ସକ୍ଷମ କରିବ । ଗ୍ରାହକମାନେ ଏହି ସେବାକୁ ଚବିଶ ଘଂଟା ଯେକୌଣସି ସମୟରେ ହାସଲ କରିପାରିବେ ।
ଏକ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅଭିନବ ସମାଧାନ ପ୍ରଦାନ କରିବାକୁ ଟିପିଏନ୍‌ଓଡିଏଲ୍ ପ୍ରତିବଦ୍ଧ ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930