Indus Valley Times

ସରକାରୀ ମାଗଣା ଯୋଜନା ଭୋଟ ସର୍ବସ୍ବ ଓ ଦେଶକୁ ବରବ।ଦ କରିବା

 Breaking News

ସରକାରୀ ମାଗଣା ଯୋଜନା ଭୋଟ ସର୍ବସ୍ବ ଓ ଦେଶକୁ ବରବ।ଦ କରିବା

November 25
18:44 2024

ବରଦା ଦାସଙ୍କ ରିପୋର୍ଟ
କଟକ, ୨୫/ ୧୧: ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରରେ ସରକାର ଭୋଟ ପାଇବା ପାଇଁ ଲୋକଙ୍କ ଅର୍ଥରେ ମାଗଣା ବିଦ୍ୟୁତ ଦେୟ,ପାଣି ଟିକସ,କାଳିଆ ଆଦି ଅନେକ ଯୋଜନା ଘୋଷଣା କରି ଭୋଟ ହ।ତେଇ ବାକୁ ପ୍ରୟାସ କରିବ। ଦେଖିବାକୁ ମିଳୁଛି ।ଏହା ବାଦ ସଂରକ୍ଷଣ ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରି ଚାଲିଛି ।
ଏ ସମ୍ପର୍କରେ କଟକ ମହାନଗର ବରିଷ୍ଠ ନାଗରିକ ମହାସଭା ଆନୁକୁଲ୍ୟରେ ଡ଼ା କୃପାସିନ୍ଧୁ ପଣ୍ଡା ଙ୍କ ସଭାପତିତ୍ବରେ ଏକ ଆଲୋଚନା ସଭା ପଣ୍ଡା ମେଡିକାଲ ହଲ ରେ ଅନୁଷ୍ଠିତ ହୋଇ ଯାଇଛି ।
ପ୍ରଫେସର ବୈଷ୍ଣବ ସାମଲ ବକ୍ତା ଭାବେ ଯୋଗ ଦେଇ ମାଗଣା ଉପହାର ଯୋଜନା ଭୋଟ ସର୍ବସ୍ବ ବୋଲି କହି ଥିଲେ । ଏହାକୁ ସବୁ ସରକାର ଆପଣେଇ ନେଇଛନ୍ତି । ଏହା ଲୋକଙ୍କ ଅର୍ଥରେ ଦେଶକୁ ବରବ।ଦ ଆଡ଼କୁ ନେଇଯିବ । ସେହିପରି ଜାତିଗତ ସଂରକ୍ଷଣ ୧୦ ବର୍ଷ ପାଇଁ ଆମ୍ବେଦକର କରିଥିଲେ ।
ମାତ୍ର ତାହା ଏ ଯାବତ୍ ଚାଲିଛି । ଏ ସମ୍ପର୍କରେ ଆଜି ଚିନ୍ତା କରିବା କଥା । ଇ ଧୀରେନ୍ଦ୍ର ଓ ଡ ସୁନିଲ ବୋଷ କହିଲେ ଆଜି ମୂଲ ଲାଗିବାକୁ ଲୋକ ମିଳୁ ନାହାନ୍ତି । ସାଧାରଣ ସମ୍ପାଦକ ବିଷ୍ଣୁ ମୋହନ ସାମନ୍ତ ସଭା ପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦକ ବରଦା ଦାସ ଶେଷରେ ଅତିଥି ଓ ଦର୍ଶକ ଙ୍କୁ ଧନ୍ୟବାଦ୍ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930