ମେଗାପ୍ରକଳ୍ପକାମରେ ମହାଦୁର୍ନିତି ଅଭିଯୋଗ
ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୨୫/୧୧: ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରତିଟି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରାୟ ଦୁଇ ବର୍ଷ ତଳେ ଆରମ୍ଭ ହେଇଥିବା ମେଗାପ୍ରକଳ୍ପ ଯୋଜନା ।
ରାୟଗଡ଼ା ଜିଲ୍ଲାର ଅନଗ୍ରସର ଅଂଚଳରୂପେ ପରିଚିତ ଚନ୍ଦ୍ରପୁର ବ୍ଲକରେ ଘରେ ନପୋସୁଣୁ ଚାଳ ବାଜିବା ନ୍ୟାୟରେ ପାଣି ନଆଶୁଣୁ ମହାଦୁର୍ନୀତିରେ ପରିଣତ ହୋଇଥିବା ଅଭିଯୋଗ ହେଉଅଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସମିତି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହିଯୋଜନରେ ବିଶେଷତ୍ଵ ବ୍ଲକର ଟୁରିଗୁଡ଼ା ପିସ୍କାପଙ୍ଗା , ଡେଲାପଡ଼ା ଅଞ୍ଚଳରେ ନିନ୍ମମାନର କାମ ଯନ୍ତ୍ରାଂଶ ବ୍ୟବହାର ସାଙ୍ଗକୁ ସିମେଣ୍ଟ କଂକରିଟ ରାସ୍ତାକୁ ଖୋଳି, ପୁନଃ ନିର୍ମାଣ ନକରୀ ଛାଡ଼ିଦେବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଓ ଠିକାଦାର ଆସାଦୁ ଉପାୟ ଅବଲମ୍ବନ କରୁଥିବା ।
ଏହାର ତଦନ୍ତ ହେଲେ ସ୍ପଷ୍ଟହୋଇଯିବ ବୋଲି ଗ୍ରାମବାସୀମାନେ ଦୃଢକ୍ତି ପ୍ରକାଶ କରିଛନ୍ତି ଏନେଇ ଏନେଇ ମୁନିଗୁଡ଼ା ଅଧିକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲୁ କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ ।
ରାସ୍ତା ମରାମତି ହେଉନଥିବା ଓ ନିମ୍ନ ମାନର ପାଇପ ଭାଙ୍ଗିରୁଞ୍ଜୀ ଯାଇଥିବା ଜେ କେହି ଦେଖିଲେ ଜାଣିପାରିବେ ।
ଅଧିକାରୀଙ୍କୁ ପଚାରିଲେ କେବଳ ଖୁପ ଶୀଘ୍ର ପଦକ୍ଷେପ ନେବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ଏହି ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନିତିର ଗନ୍ଧ ବାରିହୋଇପଡୁଥିବାରୁ ,ଏହାର ଉଚ୍ଚ କର୍ତ୍ତୁପକ୍ଷ ଧ୍ୟାନଦେବାକୁ ଦାବୀ ହେଉଛି ।