Indus Valley Times

ଭୁବନେଶ୍ୱର : ଜୀବନ ନେଇଗଲା ଅନଲାଇନ ଗେମ୍

 Breaking News

ଭୁବନେଶ୍ୱର : ଜୀବନ ନେଇଗଲା ଅନଲାଇନ ଗେମ୍

ଭୁବନେଶ୍ୱର : ଜୀବନ ନେଇଗଲା ଅନଲାଇନ ଗେମ୍
December 05
15:03 2024

ଭୁବନେଶ୍ୱର, ୫/୧୨ : ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ଯୁବକଙ୍କୁ ୨୨ବର୍ଷ ହୋଇଥିବା ଜଣାଯାଇଛି।
ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ଅନଲାଇନ୍ ଗେମ୍‌ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଶେଷରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି।
ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ଏକୁଟିଆ ରହୁଥିଲେ। ପରିବାର ଲୋକଙ୍କ ସହ ବିଶେଷ ଭାବରେ କଥା ହେଉ ନଥିଲେ ବୋଲି ସୂଚନା ରହିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଥିସହ ଯୁବକଙ୍କ ମୋବାଇଲକୁ ଜବତ କରିଛି। ଯୁବକ ଜଣଙ୍କ କେତେ ଟଙ୍କା ଅଲ୍‌ଲାଇନ ଗେମ୍‌ରେ ଲଗାଇଥିଲେ, ତାର ମଧ୍ୟ ତଦନ୍ତ ଜାରି ରଖିଛି ପୁଲିସ। ଯୁବକ ଜଣଙ୍କ ଅନେକ ଲୋକଙ୍କ ପାଖରୁ ଟଙ୍କା ଆଣିଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031