Indus Valley Times

ଗିରଫ ହେଲେ ବନ ବିଭାଗର କୋଟିପତି ବାବୁ, ଠାବ ହୋଇଛି ୭ ପ୍ଲଟ୍ ଓ ୪ ଫ୍ଲାଟ୍

 Breaking News

ଗିରଫ ହେଲେ ବନ ବିଭାଗର କୋଟିପତି ବାବୁ, ଠାବ ହୋଇଛି ୭ ପ୍ଲଟ୍ ଓ ୪ ଫ୍ଲାଟ୍

December 07
15:46 2024

ସମ୍ବଲପୁର,୬/୧୨ : ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ । ଏସିଏଫ ରେବତୀ ରମଣ ଯୋଶୀଙ୍କୁ ଆଜି ଗିରଫ ଭିଜିଲାନ୍ସ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ପରେ ଗିରଫ କରାଯାଇଛି।
ଏସିଏଫ ରେବତୀ ରମଣ ଯୋଶୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମାଳ ମାଳ ସମ୍ପତ୍ତିକୁ ଠାବ କରାଯାଇଛି। ଚଢାଉ ବେଳେ ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା ମିଳିଛି। ସମ୍ବଲପୁର ଓ ବରଗଡ଼ରେ ୭ଟି ପ୍ଲଟ୍ ଓ ୪ ଫ୍ଲାଟ ମିଳିଛି। ରେଡ୍ ବେଳେ ୧୪.୭୧ ଲକ୍ଷ ନଗଦ ଟଙ୍କା ମିଳିଛି।
ଏହି ଚଢ଼ାଉରେ ଭିଜିଲାନ୍ସ ଟିମ୍ ର ୩ ଜଣ ଡିଏସପି, ୧୦ଜଣ ଇନିସପକ୍ଟର ଓ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଛନ୍ତି।ସମ୍ବଲପୁରର ମାଲିପାଲି ଠାରେ ଭଡାରେ ଦିଆଯାଇଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ, ପଦ୍ମପୁରରେ ଥିବା ଏକ ଘର, ଭୁବନେଶ୍ୱରର ଘାଟକିଆ ଠାରେ ସ୍ଥିତ ସତ୍ୟମ ରୟାଲ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ସମ୍ବଲପୁର ଫାର୍ମ ରୋଡରେ ସ୍ଥିତ ସିଟି ପ୍ରାଇଡ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଚର୍ଚ୍ଚ ଛକରେ ସ୍ଥିତ ବ୍ରିଜଧାମ ସୋସାଇଟିରେ ୨ଟି ଫ୍ଲାଟ, ସମ୍ବଲପୁରର ୪ ଟି ପ୍ରମୁଖ ସ୍ଥାନରେ ମୂଲ୍ୟବାନ ଜମି, ବରଗଡ଼ର ପଦ୍ମପୁରର ୪ ଟି ସ୍ଥାନରେ ମୂଲ୍ୟବାନ ଜମି,୧୫୦ ଗ୍ରାମ ସୁନା ଗହଣା, ରୂପା ଗହଣା ୩୦୦ ଗ୍ରାମ, ବ୍ୟାଙ୍କ ଓ ୩୧ ଲକ୍ଷ ୩୧ହଜାର ୮୪୯ଟଙ୍କାର ଇନସ୍ୟୁରାନ୍ସର ଜମା , ନଗଦ ୧୪ ଲକ୍ଷ ୭୧ ହଜାର ୨ ଶହ ଟଙ୍କା, ଗୋଟିଏ ଦୁଇ ଚକିଆ ଯାନ ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଗୁଡିକ ଜବତ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031