Indus Valley Times

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ; ଇନ୍‌ପୁଟ ସହାୟତା ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ

 Breaking News

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ; ଇନ୍‌ପୁଟ ସହାୟତା ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ; ଇନ୍‌ପୁଟ ସହାୟତା ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ
December 08
20:25 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବରଗଡ଼, ୮/୧୨ : ବରଗଡ଼ ଜିଲ୍ଲା ସୋହେଲା ଠାରେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ଉପରେ ଆଠଶହ ଟଙ୍କା ର ଇନପୁଟ ସହାୟତା ସହିତ ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।
ଏହି ଅବସରରେ ବୌଦ୍ଧ ଜିଲ୍ଲା ମୁରସୁଣ୍ଡି ସ୍ଥିତ ଖେଳ ପଡିଆରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ସମାବେଶ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଯୋଗ ଦେଇ ଚାଷୀ ମାନଙ୍କ ଉଦ୍ୟେଶ୍ୟ ରେ ବକ୍ତବ୍ୟ ରଖିଥିଲେ । ଚାଷୀ ମାନେ ଏହାର ସିଧାପ୍ରଶାରଣ ଦେଖିଥିଲେ ।
ଆଗାମୀ ଦିନରେ ଚାଷୀ ମାନେ ଭଲ ଧାନ ଆଣିବାକୁ କହିଥିଲେ । ଚାଷୀ ମାନେ ମଧ୍ୟ ଖୁସି ହୋଇ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ,ଉପ ଜ଼ିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜ଼ିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ହାଁସଦା ଧନ୍ୟବାଦ ଜ୍ଞାପନ କରିଥିଲେ ।
କାର୍ଯ୍ୟକ୍ରମ କୁ ସଂସ୍କୃତ ଶିକ୍ଷକ, ମେଣ୍ଡିମାଲ ଉଚ୍ଚ ବିଦ୍ୟାଳୟ ଶ୍ରୀଯୁକ୍ତ ପ୍ରମୋଦ ପ୍ରଧାନ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ, ବିଧାନସଭା, ଓଡିଶା ସରକାର, ଚାଷୀ, ମହିଳା, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031