ବଦଳିଲା ପାଗର ମିଜାଜ୍; ଟ୍ୱିନ୍ ସିଟିରେ ବର୍ଷା
December 10
09:54
2024
କଟକ , ୧୦/୧୨ : ବଦଳିଛି ପାଗ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏହାସହ ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ ।
ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ୧୧ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ ଏବଂ ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିବ। ଏହାର ପ୍ରଭାବରେ ଖସିବ ପାରଦ, ବଢ଼ିବ ଶୀତ । ୩ ଦିନରେ ୨ରୁ ୫ ଡିଗ୍ରୀ ସେଲସିୟସ ରାତି ତାପମାତ୍ରା କମିବ । ଏଥିସହ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡା, ବଲାଙ୍ଗୀର ,ସମ୍ବଲପୁର, ସୋନପୁର, ଦେବଗଡ଼ ଓ କେନ୍ଦୁଝରରେ ଶୀତର ପ୍ରକୋପ ଅଧିକ ରହିବ ।