Indus Valley Times

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ ଭୋଗ ଦୋକାନ

 Breaking News

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ ଭୋଗ ଦୋକାନ

December 11
11:13 2024

କେନ୍ଦୁଝର,୧୧/୧୨: କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା\’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ବ ଭୋଗ ଦୋକାନ ଜଳିଯାଇଛି। ତାରିଣୀ ମନ୍ଦିର ୨ ନମ୍ବର ଗେଟ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି କ୍ଷ
ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡ ରେ ଭୋଗ ଦୋକାନ ଗୁଡିକରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି। ବିଳମ୍ବିତ ରାତି ପ୍ରାୟ ୧.୩୦ରେ ଘଟିଛି ଏହି ଘଟଣା। ତେବେ କିଛି ମାସ ପୂର୍ବରୁ ମନ୍ଦିର ର ୩ ନମ୍ବର ଗେଟ ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ମଧ୍ୟ ଅଗ୍ନିକାଣ୍ଡ ଘଟି ବହୁ ଭୋଗ ଦୋକାନ ଜଳିଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930