Indus Valley Times

ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ କମିବାର ସମ୍ଭାବନା

 Breaking News

ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ କମିବାର ସମ୍ଭାବନା

ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ କମିବାର ସମ୍ଭାବନା
December 26
10:02 2024

ଓଡ଼ିଶା, ୨୬/୧୨ : ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ଷା କମିଲେ କୁହୁଡି ଓ ଶୀତର ମାତ୍ରା ବଢିବାର ସମ୍ଭାବନା ମଧ୍ୟ ରହିଛି। ରାଜ୍ୟରେ ଅଦିନିଆ ବର୍ଷା ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇସାରିଲାଣି।
ଚାଷୀଙ୍କର ସୁନାର ଫସଲ ବର୍ଷାରେ ଧୋଇଯାଇଛି। ଆଜି ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ବର୍ଷା କମିବା ଫଳରେ ଘନ କୁହୁଡି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗୋଟେ ପଟେ ଅଦିନିଆ ତୁହାକୁ ତୁହା ବର୍ଷା ଓ ଅନ୍ୟପଟେ ବର୍ଷା ପରେ ଘନ କୁହୁଡି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିବ ବୋଲି ଲୋକେ ଚିନ୍ତା ପ୍ରକଟ କରିଛନ୍ତି।
ଗତ କିଛି ଦିନ ହେବ ରାଜ୍ୟରେ ତୁହାକୁ ତୁହା ବର୍ଷା ହେବାରେ ଲାଗିଛି। ଫଳରେ ଚାଷୀମାନଙ୍କର ଅମଳ ଧାନ ନଷ୍ଟ ହୋଇଯିବା ଚିନ୍ତାର କାରଣ ପାଲଟିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930