Indus Valley Times

୫ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡକୁ ୧୯ ପଦକ

 Breaking News

୫ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡକୁ ୧୯ ପଦକ

December 31
10:49 2024

ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୧/୧୨ : ଗତକାଲି ଠାରୁ ୫ମ ଓପନ ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପ ୨୦୨୪ ଟାଇକୋଫେଷ୍ଟ ପଶ୍ଚିମବଙ୍ଗର କଲିକତା ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି , ନୂଆ ରାଜବାଟି ନୟାଗଡ଼ର ୨୧ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଫ୍ରେସର ଇଭେଣ୍ଟ ରେ ଆୟୁଶ୍ରୀ ଦାସ, ସୋଭାଲିନ ମହାପାତ୍ର, ଆନନ୍ଦ କୁମାର, ସମରିତ ଅଗସ୍ତି, ବିରାଟ ପ୍ରୟାସ, ପ୍ରଭାକର ପରିଡ଼ା, ଡୋଲା ଉଦିତ୍ ଶ୍ରୀରାମ, ତତ୍ବଦର୍ଶି ବିଶ୍ବାଳ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଶ୍ରୀୟାସି ସାହୁ, ସ୍ମୁତି ପ୍ରଜ୍ଞା ନାୟକ, ଦେବାଶିଂ ବିଶ୍ଵାଳ, ବିଷ୍ଣୁପ୍ରିୟା ପରିମାଣିକ , ହୃଷିକେଶ ଖଣ୍ଡେଇ, ସାସ୍ୱତ ସମ୍ବିତ ପ୍ରଧାନ, ତନିଷ୍ ସୁନ୍ଦରକା, ବେଦାନ୍ସ ପରିଡ଼ା, ରୈପ୍ୟ ପଦକ ହାସଲ କରିଛନ୍ତି ।
ସେହିପରି ରେଗୁଲାର କିରୋଗି ଇଭେଣ୍ଟ ରେ ଶିବାନନ୍ଦ ରାୟଗୁରୁ ଏବଂ ପ୍ରତ୍ୟୁଷା ରାୟଗୁରୁ କାଂସ୍ୟ ପଦକ ମୋଟ ୧୯ ଟି ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି ।
ଏହି ନୟାଗଡ଼ ଦଳର କୋଚ ଭାବରେ ପୃଥିବି ରାୟଗୁରୁ ଏବଂ ଶିବାନନ୍ଦ ରାୟଗୁରୁ ତଥା ମ୍ୟାନେଜର ଭାବରେ ସୈମ୍ୟ ରଞ୍ଜନ ସାହୁ ଦଳ ସହିତ କଲିକତା ଯାତ୍ରକରିଥିବା ନେଇ ଏକାଡେମି ର ମୁଖ୍ୟ ପ୍ରଶିକ୍ଷକ ଭବାନୀ ଶଙ୍କର ରାୟଗୁରୁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031