Indus Valley Times

ଏଥର ନୂଆବର୍ଷ ପାଳିବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

 Breaking News

ଏଥର ନୂଆବର୍ଷ ପାଳିବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଏଥର ନୂଆବର୍ଷ ପାଳିବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
December 31
18:56 2024

ଭୁବନେଶ୍ୱର, ୩୧/୧୨ : ଆଉ କେଇ ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହୋଇଯିବ ନୂଆ ବର୍ଷ । ଚଳିତ ନୂଆବର୍ଷ ପାଳନ କରିବେ ନାହିଁ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ମନମୋହନ ସିଂହଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଏହି ନିଷ୍ପତ୍ତି ନେଇଛନ୍ତି ।
ଏହା ସହିତ ଆସନ୍ତକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ନାହିଁ । ତେଣୁ ରାଜ୍ୟବାସୀଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଏହା ସହିତ ସମସ୍ତଙ୍କୁ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଛନ୍ତି ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଭେଟିବାକୁ ଆସିବା ବେଲେ କୌଣସି ଉପହାର କିମ୍ବା ଫୁଲ ତୋଡ଼ା ନ ଆଣିବାକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ମନମୋହନ ସିଂହଙ୍କ ଦେହାନ୍ତରେ କେନ୍ଦ୍ର ସରକାର ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି ସମୟରେ କୌଣସି ସରକାରୀ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ନାହିଁ । ଏହା ସହିତ ଜାତୀୟ ପତାକା ମଧ୍ୟ ଅର୍ଦ୍ଧ ନମିତ ହୋଇ ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930