Indus Valley Times

ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ୍ ଅଫିସର : ଆର.ପି. କୋଚେଙ୍କୁ ପଦୋନ୍ନତି

 Breaking News

ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ୍ ଅଫିସର : ଆର.ପି. କୋଚେଙ୍କୁ ପଦୋନ୍ନତି

ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ୍ ଅଫିସର : ଆର.ପି. କୋଚେଙ୍କୁ ପଦୋନ୍ନତି
January 01
18:06 2025

ଭୁବନେଶ୍ୱର,୧/୧ : ଦୁଇ ଦିନ ତଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଜି ଇଂରାଜୀ ନୂଆ ବର୍ଷରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି।
ସେମାନେ ହେଉଛନ୍ତି ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ। ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି।
ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଆର.ପି କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି। ସୁଶାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ବିଏସ୍‌ଏଫରେ କାର୍ଯ୍ୟ କରୁଛନ୍ତି।
ଏହା ପୂର୍ବରୁ ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା।
ସେହିପରି ୨୦୦୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ ଓ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ଏବଂ ୨୦୧୧ ବ୍ୟାଚ୍‌ର ଆଇପିଏସ୍ ଅଫିସର ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031