Indus Valley Times

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି

 Breaking News

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି
January 03
11:20 2025

ଭୁବନେଶ୍ୱର, ୩/୧: ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଶପଥ ନେଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂହ କମ୍ଭମପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହି ଶପଥ ସମାରୋହରେ ବାଚସ୍ପଚତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସାଂସଦ, ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତି ଥିଲେ । ଶପଥପାଠ ପରେ ରାଜଭବନ ପରିସରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି ।
ଗତକାଲି ନବନିଯୁକ୍ତ ଡକ୍ଟର ହରିବାବୁ କମ୍ଭମପତି ମିଜୋରାମରୁ ଆସି ଓଡ଼ିଶାରେ ପହଁଚିଥିଲେ । ଏହା ପରେ ଭୁବନେଶ୍ୱରକରୁ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
କମ୍ଭମପତିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ କରି ଆସି ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । କମ୍ଭମପତି ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ । ୨୦୨୧ ନଭେମ୍ବର ୫ରେ ୧୫ ତମ ମିଜୋରାମ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା ।
ବ୍ୟକ୍ତିଗତ ଜୀବନ
୧୯୫୩ ମସିହା ଜୁନ ୧୫ ତାରିଖରେ ମାଡ୍ରାସ ରାଜ୍ୟ(ଏବେ ଆନ୍ଧ୍ର ପ୍ରଦେଶ)ର ପ୍ରକାଶମ ଜିଲ୍ଲାର ଥିମାସମୁଦ୍ରମରେ ଜନ୍ମଗ୍ରହଣ କରିଥିଲେ ହରି ବାବୁ । ସେ ଆନ୍ଧ୍ର ବିଶ୍ଵ ବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ ଆନ୍ଧ୍ର ପ୍ରଦେଶ ଇ଼ଞ୍ଜିନିୟରିଂ ବିଶ୍ୱ ବିଦ୍ୟାଳୟରେ ଚବିଶ ବର୍ଷ ଧରି ଆସୋସିଏଟ୍ ପ୍ରଫେସରଭାବେ କାର୍ଯ୍ୟାକରିଥିଲେ । ୧୯୭୨- ୭୩ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ଛାତ୍ର ସଂଘ ନିର୍ବାଚନରେ ସଂପାଦକ ଭାବରେ ନିର୍ବାଚିତ ହୋଇଥିଲେ। ୧୯୭୪-୭୫ ମସିହାରେ ସେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ଅଂଶଗ୍ରହଣ କରି ଜରୁରୀକାଳୀନ ସମୟରେ ଗିରଫ ହୋଇ ୬ ମାସ ଜେଲ ମଧ୍ୟ ଯାଇଥିଲେ ।
ସେ ୧୯୭୭ ମସିହାରେ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶର କାର‌୍ୟ୍ୟନିର୍ବାହୀ ସଦସ୍ୟ ଏବଂ ୧୯୭୮ ମସିହାରେ ଜନତା ଯୁବ ମୋର୍ଚ୍ଚାର ଆନ୍ଧ୍ର ପ୍ରଦେଶ ରାଜ୍ୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ହରି ବାବୁ ଭାରତୀୟ ଜନତା ପାର୍ଟିର ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ। ପୁଣି ୧୯୯୩ରୁ ୨୦୦୩ ମଧ୍ୟରେ ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।
୧୯୯୯ରେ ବିଶାଖାପାଟନମ୍ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଆନ୍ଧ୍ରପ୍ରଦେଶ ବିଜେପିର ବିଧାନସଭାର ନେତା ଭାବେ ଚୟନ ହୋଇଥିଲେ । ୨୦୧୪ ମାର୍ଚ୍ଚରେ ସେ ବିଜେପିର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031