Indus Valley Times

କ.ନୂଆଗାଁରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

 Breaking News

କ.ନୂଆଗାଁରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

January 07
11:27 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୭/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ନୂତନ ଥାନା ଅଧିକାରୀ ଭାବେ ଅଶୋକ କୁମାର ହାଂସଦା କାର୍ଯ୍ୟରେ ଯୋଗ ଦେଇ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଦାରିଙ୍ଗବାଡି ଥାନାରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ।
ଏଠାରେ ସେ ଯୋଗ ଦେବା ପରେ ସମଗ୍ର ବ୍ଲକ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।
ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ,ଏସଆଇ ଦମୟନ୍ତୀ ବେହେରା ଓ ଏଏସଆଇ ସୁରେନ୍ଦ୍ର ରାଜହଂସ, ଉମାଶଙ୍କର ପେଡେଣ୍ଟିଙ୍କ ସମେତ ସମସ୍ତ ଥାନା କର୍ମଚାରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ପୂର୍ବରୁ ଥିବା କ.ନୂଆଗାଁ ଥାନା ଅଧିକାରୀ ପି.ସ୍ଵରୂପ କ୍ରିଷନ ଫୁଲବାଣୀ ଟାଉନ ଥାନାକୁ ବଦଳି ହୋଇ ଥିବା ଜଣାପଡିଛି।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଷଡତ୍ରିଂଶତ୍ ବାର୍ଷିକ ଉତ୍ସବ
ବାଲିଗୁଡା ,୭/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସତୀ ଶିଶୁ ବିଦ୍ୟା ମନ୍ଦିରର ଷଡତ୍ରିଂଶତ୍ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସଭାପତି ସୁଧାଂଶୁ ମୋହନ ପତିଙ୍କ ସଭାପତିତ୍ଵରେ ଓଡ଼ିଶା ସରକାରଙ୍କ ପ୍ରଶାସକ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମନ୍ଦିର ଏକ ଉତ୍କୃଷ୍ଠ ମଣିଷ ତିଆରି କାରଖାନା ବୋଲି କହିବା ସହ ଏଥିରେ ବହୁ ଛାତ୍ର ଛାତ୍ରୀ ପାଠ ପଢି ବିଭିନ୍ନ ସ୍ଥାନରେ କାର‌୍ୟ୍ୟ କରୁଛନ୍ତି, ଯାହା ଆଜି ଅନୁଷ୍ଠାନର ପ୍ରଂଶସା କୁ ଦ୍ଵିଗୁଣିତ କରୁଛି ।
ଏହି ଅନୁଷ୍ଠାନ ର ଉତ୍ତୋରତ୍ତର କାମନା କରିବା ସହ କିଭଳି ଆଗକୁ ବଢିବ ସେ ଦିଗରେ ସମସ୍ତଙ୍କ ସହାୟତା ଆବଶ୍ୟକ ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଦକ୍ଷିଣପୂର୍ବ ସମ୍ଭାଗ ମୁଖ୍ୟ ରୀତା ରାଣୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭାଜପା ସଭାପତି ଜଗନ୍ନାଥ ସାହୁ, ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ,ଆଦିକନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କଳା କୁନି କଳାକାର ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରଯାଇଥିଲା । ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରାଯିବା ପରେ ସମିତିର ପରମ୍ପରା ଅନୁସାରେ ବନ୍ଦନା ପ୍ରାର୍ଥନା ପରେ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରଯାଇଥିଲା ।
ପ୍ରଧାନାଚାର୍ଯ୍ୟ ଅତିଥି ପରିଚୟ ଓ ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ତୀର୍ଥବାସୀ ଘଡ଼ାଇ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “କାନନ କଳିକା” ଉନ୍ମୋଚିତ ହୋଇଥିଲା। ପରିଚାଳନା କମିଟି ଉପ ସଭାପତି ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ ବିତରଣ କରାଯିବା ପରେ ଶିଶୁ ପ୍ରତିଭା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ବାଲିଗୁଡାରେ ଘନ କୁହୁଡ଼ି ସହ ପୁଣି ଫେରିଛି ଶୀତ : ଯାନବାହାନ ଚଳାଚଳ ରେ ବାଧା ଉପୁଜୁଛି
ବାଲିଗୁଡା,୭/୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରୀ କ୍ଷ ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ ଜ୍ଝ ଘନ କୁହୁଡ଼ି ସହ ପୁଣି ଫେରିଛି ଶୀତ, ଦିନ ଦଶଟା ଯାଏଁ କମୁନି କୁହୁଡି ।
ବାଲିଗୁଡା ତଥା ଏହାର ଆଖପାଖ କୋଟଗଡ଼,ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, ରାଇକିଆ, ଟିକାବାଲି, ଚକାପାଦ ଜି ଉଦୟଗିରି ଅଞ୍ଚଳର ବିଭିନ୍ନ ଉପାନ୍ତ ଅଞ୍ଚରେ ବଢ଼ିଲାଣି ଶୀତ ।
ଶୀତୁଆ ସକାଳରେ ଚା\’ ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି ।
ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ଦିନ ଦଶଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ଅଧରାତିରୁ ନିଆଁ ଜାଳି ନିଆଁର ଆଶ୍ରୟ ନେଉଛନ୍ତି । ରାସ୍ତା ରେ କୁହୁଡ଼ି ପାଇଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।
ଯାନବାହାନ ସବୁ ଲାଇଟ୍ ଜାଳି ଯାତାୟତ କରୁଛନ୍ତି ।
ଶୀତରୁ ବର୍ତ୍ତିବା ପାଇଁ ଲୋକେ ଗରମ ଗରମ ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି । ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି, ବେଲଘର ଲୁଦୁ ଜଳପ୍ରପାତ,ସାପ ନଳା,ମଣ୍ଡାସୁର ଭଳି ବିଭିନ୍ନ ଅଞ୍ଚଳର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ନୂତନ ବର୍ଷ ଆରମ୍ଭରୁ ସୂଅ ଛୁଟିଲାଣି ।
ଶୀତ ଯୋଗୁଁ ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି, ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣିଂ ଓ୍ବାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।
ଶୀତ ଆସିବା କ୍ଷଣି ଦେଖାଯାଇଛି ତୁଷାରର ଧଳା ଆସ୍ତରଣ। ବର୍ଷା ଛାଡିବା ଆକାଶ ମେଘ ମୁକ୍ତ ହୋଇ ନୀଳ ଆକାଶରେ ପରିଣତ ହେବା ସହ ଆକାଶରେ ମଝିରେ ମଝିରେ ମେଘ ଖଣ୍ଡ ସବୁଜ ପରିବେଶ କୁ ଆହୁରି ଆକର୍ଷିତ କରୁଛି।
ରାସ୍ତାକଡ଼ ଝରଣାର ଦୃଶ୍ୟ ସବୁଜିମା ବୃକ୍ଷରାଜି ବିରାଟ ପାହାଡ଼ ପର୍ବତ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ବେଶ ଆନନ୍ଦ ଦେଉଥିବା ଦେଖିବାକୁ ମିଳିଛି।
ରାସ୍ତାରେ ଯାତାୟାତ କଲାବେକେ ଲୋଭନୀୟ ମନୋରମ ଦୃଶ୍ୟ ଦେଖି ଯାତ୍ରୀମାନେ କିଛି ସମୟ ଅଟକି ଯାଇ ପ୍ରକୃତିର ମଜା ଉଠେଇବା ସହ ନିଜ ନିଜ ମୋବାଇଲରେ କିଛି ଫୋଟ ଉତ୍ତୋଳନ କରି ବେଶ ଆନନ୍ଦିତ ହେଉଛନ୍ତି।
ଗତ କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ସକାଳ ଓ ସଂଧ୍ୟା ସମୟରେ ପ୍ରବଳ ଶୀତ ଅନୁଭୂତି ହେଉଛି । ମଧ୍ୟରାତ୍ରିରୁ ଭୋର ମଧ୍ୟରେ ଅଧିକା ଶୀତ ପଡିବା ସହ ସକାଳର କୁହୁଡି ଶୀତକୁ ଦ୍ବିଗୁଣିତ କରୁଛି ।
ବର୍ତମାନ ବର୍ଷା ଛାଡିବା ପରେ ପର୍ଯ୍ୟଟନର ଋତୁ ଆରମ୍ଭ ହୋଇ ଯାଇଛି । କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବାହାର ଜିଲ୍ଲା ଏବଂ ବାହାର ରାଜ୍ୟର ପର‌୍ୟ୍ୟଟକ ମାନଙ୍କୁ ସ୍ୱାଗତ କରିବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031