Indus Valley Times

‘ସୁଭଦ୍ରା’ରେ ପୁନଃସାମିଲ ହେଲେ ୮ହଜାରରୁ ଅଧିକ ଆବେଦନକାରୀ

 Breaking News

‘ସୁଭଦ୍ରା’ରେ ପୁନଃସାମିଲ ହେଲେ ୮ହଜାରରୁ ଅଧିକ ଆବେଦନକାରୀ

‘ସୁଭଦ୍ରା’ରେ ପୁନଃସାମିଲ ହେଲେ ୮ହଜାରରୁ ଅଧିକ ଆବେଦନକାରୀ
January 11
17:53 2025

ଭୁବନେଶ୍ୱର, ୧୧/୧ : ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା’ ନେଇ ବଡ଼ ଖବର ଆସିଛି। ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ଏହି ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ରାଜ୍ୟ ସରକାର ଏନେଇ ସୂଚନା ଦେଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ, ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ।
ସେହିପରି ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି। ହେଲେ ଏବେ ବି ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ। ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ‘ମୋ ସେବା କେନ୍ଦ୍ର’କୁ ଯାଇ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମହିଳାମାନଙ୍କର ଆକାଉଣ୍ଟକୁ ଟଙ୍କା ଦେବା ଆରମ୍ଭ କରିଥିଲେ। ସେହିଦିନ ଠାରୁ ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଟଙ୍କା ଦେଇ ସାରିଛନ୍ତି। ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ କିସ୍ତିର ଟଙ୍କା ଦେବାକୁ ନିର୍ଦ୍ଧାରଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930