Indus Valley Times

ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ପେନସନ୍‌, ମେଡିକାଲ ଖର୍ଚ୍ଚ ବହନ କରିବେ ସରକାର

 Breaking News

ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ପେନସନ୍‌, ମେଡିକାଲ ଖର୍ଚ୍ଚ ବହନ କରିବେ ସରକାର

January 13
20:43 2025

ଭୁବନେଶ୍ୱର, ୧୩/୧୧: ୧୯୭୫ ମସିହାରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିରେ ଯେଉଁମାନେ ଜେଲ୍ ଯାଇଥିଲେ ସେମାନଙ୍କ ପାଇଁ ଆସିଛି ବଡ଼ ଖବର ।
ଜରୁରୀ ପରିସ୍ଥିତିରେ ସରକାର ବିରୋଧରେ ଲଢ଼ି ଯେଉଁମାନେ ଜେଲରେ ଅଟକ ଥିଲେ ସେମାନଙ୍କୁ ରାଜ୍ୟ ସରକାର ଭତ୍ତା ପ୍ରଦାନ କରିବେ । ସମସ୍ତ ଜୀବିତ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ମାସିକ ୨୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ସୋମବାର ଘୋଷଣା କରିଛନ୍ତି ।
୧୯୭୫, ଜୁନ ୨୫ରୁ ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ମଧ୍ୟରେ ଜରୁରୀକାଳୀନବେଳେ ଯେଉଁ ବ୍ୟକ୍ତି ଜେଲ ଯାଇଥିଲେ ସେମାନଙ୍କୁ ମାସରୁ ୨୦,୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ ।
୨୦୨୫ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଜୀବିତ ଥିବା ସଂଗ୍ରାମୀଙ୍କୁ ଭତ୍ତା ପ୍ରଦାନ କରାଯିବ । ଭାରତୀୟ ନିୟମ ଅଧିନସ୍ଥ ଅନ୍ତରୀଣ ସୁରକ୍ଷା ପରିଚାଳନା ଆଇନ (MISA) କିମ୍ବା ଭାରତୀୟ ପ୍ରତିରକ୍ଷା ଆଇନ (DIR) କିମ୍ବା ଭାରତୀୟ ପ୍ରତିରକ୍ଷା ଓ ଅନ୍ତରୀଣ ସୁରକ୍ଷା ନିୟମ (DISIR) ଅନୁସାରେ ଜେଲ୍ ଯାଇଥିବା ବ୍ୟକ୍ତି ଏହି ଭତ୍ତାର ଲାଭ ପାଇବେ ।
ଏହା ସହିତ ସେମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930