Indus Valley Times

୮ଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର

 Breaking News

୮ଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର

୮ଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର
January 17
19:36 2025

ଭୁବନେଶ୍ୱର, ୧୭/୧ : ଆଗାମୀ ଦିନରେ ଓଡ଼ିଶାକୁ ଆହୁରି ଶିଳ୍ପ ଆସିବ । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ।
ଶୁକ୍ରବାର ୮ଟି ପ୍ରକଳ୍ପକୁ ନେଇ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମଙ୍କ ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଇଣ୍ଡଷ୍ଟ୍ରିଆଲ୍ ପାର୍କ, ପାରାଦ୍ୱୀପ ଗ୍ରୀନ ହାଇଡ୍ରୋଜେନ୍ କରିଡର୍, ପେଟ୍ରୋ କେମିକାଲ, ନ୍ୟୁ ସିଟି ପ୍ଲାନ୍, ନ୍ୟୁ ଏନର୍ଜି, ଫ୍ଲିଣ୍ଟେକ୍, ସ୍କିଲିଂ ଅଫ୍ ଫ୍ୟୁଚର୍ ଓ ସେମି କଣ୍ଡକ୍ଟର୍ ପ୍ରକଳ୍ପରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଏହା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଓଡ଼ିଶାରେ ନୂଆ ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟ ପାଇଁ କିପରି ପୁଞ୍ଜି ନିବେଶ ବଢ଼ିବ ଓ ଶିଳ୍ପ ବଢ଼ିବ ସେଥିପାଇଁ ଗତ ସାତ ମାସ ହେଲା କାମ କରୁଛି ।
ବିଶେଷ କରି ଉତ୍କର୍ଷ ଓଡ଼ିଶାରେ କିପରି ପୁଞ୍ଜି ନିବେକଶକଙ୍କ ସଂଖ୍ୟା ବଢ଼ିବ ସେଥିପାଇଁ ଦିଲ୍ଲୀ ଓ ମୁମ୍ବାଇରେ କାର୍ଯ୍ୟକ୍ରମ ହୋଇଥିଲା ।
ସେହିପରି ସିଙ୍ଗାପୁର ଗସ୍ତ କରି ସେଠାକାର ସହିତ କିପରି ସମ୍ପର୍କ ସ୍ଥାପନ ହେବ ସେଥିପାଇଁ ଆଲୋଚନା କରିଥିଲୁ । ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲୁ ।
ଆମ ନିମନ୍ତ୍ରଣ ରକ୍ଷା କରି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ୍ ସ୍ୱତନ୍ତ୍ରଭାବରେ ଓଡ଼ିଶାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ।
ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍‍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930