Indus Valley Times

ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ

 Breaking News

ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ

ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ
January 18
11:15 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଘାଟନ ହୋଇଯାଇଛି ।
ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା\’ ପାଟଖଣ୍ଡାଙ୍କ ମନ୍ଦିରରୁ ଯଥାରିତି ନୀତି ଅନୁଯାଇ ପୂଜାର୍ଚ୍ଚନା ପୂର୍ବକ ମଶାଲ ପ୍ରଜ୍ଳଳନ କରି ମିନିଷ୍ଟାଡ଼ିୟମ ପରିସରରେ ପହଞ୍ଚିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କ୍ରୀଡା ଶୁଭାରମ୍ଭ କରିଥିଲେ ।
କ୍ରୀଡା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଙ୍କ ଗସ୍ତ ସମୟରେ ମିନିଷ୍ଟାଡ଼ିୟମ ପରିସରରେ ପହଞ୍ଚିବାରୁ ମହାବିଦ୍ୟାଳୟ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ମନ୍ତ୍ରୀ ଶ୍ରୀ ସୁରଜ କିଛି ସମୟ କ୍ରୀଡା ଉପଭୋଗ କରି ଫେରିଥିଲେ ।
ଉଦଘାଟନ ତଥା ପ୍ରଥମ ଦିନରେ +୨ ସ୍ତରରେ ୧୦ ଟି ଏବଂ +୩ ସ୍ତରରେ ୧୦ ଟି ବିଭିନ୍ନ କ୍ରୀଡା ଆୟୋଜିତ ହୋଇଥିଲା ।
ଏଥିରେ ମହାବିଦ୍ୟାଳୟର ଖେଳ ଶିକ୍ଷକ ଗଙ୍ଗାଧର ପଣ୍ଡା ଙ୍କ ସମେତ ଦେବବ୍ରତ ସିଂ ଦେଓ, ଏଲିଆସ ଦିଗାଳ, ରୂପକ ନାୟକ, ହେମନ୍ତ ପାତ୍ର, ଗୌରବ ପ୍ରଧାନ, ରାଜେଶ ଦିଗାଳ, ଦେବେନ୍ଦ୍ର ଦଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31