Indus Valley Times

ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗତକାଲି ଗୁଳିବିନିମୟ: ୧୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର

 Breaking News

ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗତକାଲି ଗୁଳିବିନିମୟ: ୧୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗତକାଲି ଗୁଳିବିନିମୟ: ୧୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର
January 21
11:09 2025

ନୂଆପଡ଼ା,୨୧/୧: ଓଡ଼ିଶାର ନୂଆପଡ଼ା ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିଆର୍‌ପିଏଫ୍ କର୍ମଚାରୀଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ଼ ମିଳିତ ଅପରେଶନରେ ପ୍ରାୟ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଓଡ଼ିଶା ପୋଲିସ ରାଜ୍ୟ ମୁଖ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୧୯ ରାତିରେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେଶନ ଆରମ୍ଭ କରାଯାଇଥିଲା।
ସୂଚନା ଅନୁଯାୟୀ, ଓଡ଼ିଶା ସୀମାଠାରୁ ପ୍ରାୟ ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀଙ୍କ ଉପସ୍ଥିତି ଥିବା ସୂଚନା ମିଳିଥିଲା।
ଏହା ପରେ, ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ଏବଂ ଓଡ଼ିଶା ପୋଲିସର ସ୍ବତନ୍ତ୍ର ଅପରେଶନ ଗ୍ରୁପ (ଏସ୍‌ଓଜି), ଛତିଶଗଡ଼ ପୋଲିସର ଇ-୩୦ ଫୋର୍ସ ଏବଂ ସିଆର୍‌ପିଏଫ୍‌କୁ ନେଇ ଏକ ମିଳିତ ଆନ୍ତଃରାଜ୍ୟ ଅପରେଶସନ ସେହି ଅଞ୍ଚଳରେ ଚଢାଉ କରାଯାଇଥିଲା।
ଅପରେସନ ସମୟରେ, ଦୁଇ ମହିଳା ମାଓବାଦୀ କ୍ୟାଡର ନିହତ ହୋଇଥିଲେ ଏବଂ ସୁରକ୍ଷା ବାହିନୀ ଦ୍ୱାରା ଗୋଟିଏ ଏସ୍‌ଏଲ୍‌ଆର୍ ସମେତ ବହୁ ପରିମାଣର ବନ୍ଧୁକ, ଗୁଳିଗୋଳା ଏବଂ ଆଇଡି ଜବତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31