Indus Valley Times

ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ମିଳିବ ପ୍ରୋତ୍ସାହନ : ଏଣିକି ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ମିଳିବ ନିରବଚ୍ଛିନ୍ନ ବିଜୁଳି

 Breaking News

ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ମିଳିବ ପ୍ରୋତ୍ସାହନ : ଏଣିକି ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ମିଳିବ ନିରବଚ୍ଛିନ୍ନ ବିଜୁଳି

ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ମିଳିବ ପ୍ରୋତ୍ସାହନ : ଏଣିକି ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ମିଳିବ ନିରବଚ୍ଛିନ୍ନ ବିଜୁଳି
January 27
20:22 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର,୨୭/୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ବିଦ୍ୟୁତ ବିତରଣର ଦାୟିତ୍ଵ ନେଇ ମାତ୍ର କେଇ ବର୍ଷ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ସାଙ୍ଗକୁ ଉତ୍ତମ ସେବା ଓ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ଆଶାତୀତ ସଂସ୍କାର ଆଣିଛି । ସମ୍ପୃକ୍ତ ଜିଲ୍ଲାଗୁଡିକର ଚିକିତ୍ସାଳୟ, ମେଡିକାଲ କଲେଜ, ପାନୀୟ ଜଳ ଯୋଗାଣ କେନ୍ଦ୍ର, ସରକାରୀ ଅଫିସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି।
ଏଣିକି ମେଡିକାଲ କଲେଜ ଓ ଚିକିତ୍ସାଳୟଗୁଡିକୁ ମିଳିବ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା। ଝଡ଼, ବାତ୍ୟା ଭଳି ପ୍ରତିକୂଳ ସ୍ଥିତିରେ ବି ଅଗ୍ରାଧିକାର ଭିତ୍ତିରେ ବିଜୁଳି ସେବା ଯୋଗାଣ ପାଇଁ ବ୍ୟବସ୍ଥା ପ୍ରସ୍ତୁତ ହେଉଛି।
ଏହି କ୍ରମରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ପିଏମଆର ମେଡିକାଲ କଲେଜକୁ ଏଣିକି ଗୁଣାତ୍ମକ ବିଜୁଳି ସେବା ମିଳିବ। ମିଳିଥିବା ସୂଚନା ମୁତାବକ ବିଦ୍ୟୁତ୍ ଯୋଗାଣ ପାଇଁ ପିଆରଏମ ହସପିଟାଲ୍ ଓ ମେଡିକାଲ୍ କଲେଜ ପୂର୍ବରୁ ଏକ ୩୩ କେଭି ଓଭରହେଡ୍ ଲାଇନ ଉପରେ ନିର୍ଭର କରୁଥିଲା।
ପ୍ରବଳ ବର୍ଷା ପବନ କିମ୍ବା ବାତ୍ୟା ଭଳି ସ୍ଥିତିରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଓଭରହେଡ୍ ଲାଇନ୍ କାରଣରୁ କଲେଜକୁ ବିଦ୍ୟୁତ୍ ସେବା ବ୍ୟାହତ ହେଉଥିଲା। ସମ୍ପୃକ୍ତ ମେଡିକାଲକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବା ପାଇଁ ପିଏମଆର ମେଡିକାଲ୍ କଲେଜ ସବଷ୍ଟେସନରେ ଏକ ରିଙ୍ଗ୍ ମେନ୍ ୟୁନିଟ୍ (ଆରଏମୟୁ) ସ୍ଥାପନ ସହିତ ଏକ ଉତ୍ସର୍ଗୀକୃତ ୩୩ କେଭି ଭୂତଳ(ୟୁଜି) କେବୁଲ୍ ସଂଯୋଗ କରାଯାଇଛି।
ଟିପିଏନଓଡ଼ିଏଲ ପକ୍ଷରୁ ଏନେଇ ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଖାଲି ବାରିପଦାର ପିଆରଏମ ମେଡିକାଲ କଲେଜ ନୁହଁ, ବାଲେଶ୍ଵରର ଫକୀରମୋହନ ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ମଧ୍ୟ ଗୁଣାତ୍ମକ ବିଜୁଳି ସେବା ସମାନ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି।
ଏହା ସହ ଯାଜପୁର ମେଡିକାଲ କଲେଜ ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିଦ୍ୟୁତ ସଂଯୋଗ ପାଇଁ ସ୍ଵତନ୍ତ୍ର ଲାଇନ ପ୍ରସ୍ତୁତ କରାଯାଇଛି। ଯାଜପୁର ପାଇଁ ସାଢେ ପାଞ୍ଚ କିଲୋମିଟର ସ୍ଵତନ୍ତ୍ର କେବୁଲ ଲାଇନ ବିଛା ଯାଇଥିବା ବେଳେ ବାଲେଶ୍ଵର ପାଇଁ ଦେଢ କିମି, ବାରିପଦା ଓ ଭଦ୍ରକ ଚିକିତ୍ସାଳୟ ପାଇଁ ପ୍ରାୟ ୫୦୦ମିଟର ଲେଖାଏଁ ସ୍ଵତନ୍ତ୍ର କେବୁଲ ସଂଯୋଗ ହୋଛି।
ସେହିପରି କେନ୍ଦୁଝର ମେଡିକାଲ କଲେଜ ଓ ଚିକିତ୍ସାଳୟକୁ ସମାନ ଢାଞ୍ଚାରେ ବିଦ୍ୟୁତ ଯୋଗାଇବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଟିପିଏନଓଡ଼ିଏଲ ପକ୍ଷରୁ ସୂଚନା ମିଳିଛି। ଫଳ ସ୍ୱରୂପ ଝଡ଼, ବାତ୍ୟା ଭଳି ପ୍ରତିକୂଳ ସ୍ଥିତିରେ ବି ଅଗ୍ରାଧିକାର ଭିତ୍ତିରେ ଚିକିତ୍ସାଳୟଗୁଡ଼ିକୁ ବିଜୁଳି ସେବା ଯୋଗାଣ ସୁନିଶ୍ଚିତ କରାଯାଇ ପାରିବ ଏବଂ ରୋଗୀ ସେବା ବ୍ୟାହତ ହେବ ନାହିଁ।
ତେବେ ଟିପିଏନଓଡ଼ିଏଲର ଦାୟିତ୍ୱସମ୍ପନ୍ନ ଅଧିକାରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ନିଷ୍ଠାପରତା ଯୋଗୁ ସମ୍ପ୍ରତି ୫ ଜିଲାରେ ବିଦ୍ୟୁତ ଉପଭୋକ୍ତା ଆଶ୍ଵସ୍ତି ଅନୁଭବ କରୁଛନ୍ତି ଏଥିରେ ଦ୍ଵିମତ ନାହିଁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031