Indus Valley Times

ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସ୍ପର୍ଶ କୁଷ୍ଠ ନିରାକରଣ ଦିବସ ତଥା କୁଷ୍ଠ ସଚେତନତା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସ୍ପର୍ଶ କୁଷ୍ଠ ନିରାକରଣ ଦିବସ ତଥା କୁଷ୍ଠ ସଚେତନତା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସ୍ପର୍ଶ କୁଷ୍ଠ ନିରାକରଣ ଦିବସ ତଥା କୁଷ୍ଠ ସଚେତନତା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ
January 31
12:54 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୩୧/୧ : ଗୁରୁବାର ଦିନ ଦିବା ଘ.୧୨.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ କୁଷ୍ଠ ନିରାକରଣ ଦିବସ ତଥା ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡି ପି ଏମ ରୁପକ ମହାପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
କୁଷ୍ଠ ରୋଗକୁ ବୌଦ୍ଧ ଜିଲ୍ଲାରୁ କିଭଳି ନିରାକରଣ କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ଦିଗଦର୍ଶନ ଦେଇ ଥିଲେ ଏବଂ ଏଥିସହ ଏହା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ କାମ କରିବା ପାଇଁ ସମସ୍ତ ଅଧିକାରୀ, ଆଶାକର୍ମୀ ମାନଙ୍କୁ ଅନୁରୋଧ କରିଥିଲେ ।
ଆଶା ଦିଦି ମାନଙ୍କୁ ସେମାନଙ୍କ କୁଷ୍ଠ ନିରାକରଣ କାର‌୍ୟ୍ୟକ୍ରମ ରେ ଅବଦାନ ପାଇଁ ଜ଼ିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଥିଲେ । ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ ଜୟ କୃଷ୍ଣ ମିଶ୍ର କିପରି କୁଷ୍ଠ ବିକଳାଙ୍ଗ ରୋଗୀ ମାନଙ୍କୁ ଅପରେସନ କରାଯିବ, ତା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ।
ଜ଼ିଲ୍ଲା କୁଷ୍ଠ ପରାମର୍ଶ ଦାତା ଡାକ୍ତର ଅମରେନ୍ଦ୍ର ମହାପାତ୍ର ଜିଲ୍ଲାରେ ଚାଲିଥିବା କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଉକ୍ତ ଅବସରରେ ଯେଉଁ କର୍ମଚାରୀ ଓ ଆଶା କର୍ମୀ କୁଷ୍ଠ ନିରାକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930